ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ! ଭଗବାନଙ୍କୁ ସ୍ମରଣ କରି ଫଗୁ ଖେଳିଲେ ବିଦେଶୀ ଭକ୍ତ

29

କନକ ବ୍ୟୁରୋ : ଆଜି ଦୋଳପୂର୍ଣ୍ଣିମା । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ କରାଯାଇଛି । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଦୋଳପୂର୍ଣ୍ଣମୀରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ଯାହାକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଦିନ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଉଥିବା ବେଳେ ତାଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୁଦେବୀ ଓ ଶ୍ରୀଦେବୀ ବିମାନରେ ଦୋଳବେଦୀରେ ଭକ୍ତଙ୍କ ସହ ଫଗୁ ଖେଳିଥାନ୍ତି । ଆଉ ଏହି ପରମ୍ପରାକୁ ସାଉଁଟିଛନ୍ତି ବିଦେଶୀ ଭକ୍ତ ମାନେ ମହାପ୍ରଭୁଙ୍କୁ ସ୍ମରଣ କରି ରଙ୍ଗ ଖେଳିଛନ୍ତି । ଶ୍ରୀମନ୍ଦିର ସମ୍ମୁଖରେ ଆଜି ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଭକ୍ତ ଓ ଭଗବାନଙ୍କର ଏହି ପର୍ବକୁ ଖୁବ ଆନନ୍ଦର ସହ ପାଳନ କରିଛନ୍ତି ବିଦେଶୀ ।ସିଂହଦ୍ୱାର ସମ୍ମୁଖରେ ବିଦେଶୀ ଭକ୍ତ ମାନେ କୃଷ୍ଣନାମ ଜପ କରିବା ସହ ନିଜ ନିଜ ଭିତରେ ରଙ୍ଗ ବୋଳି ଏହି ପର୍ବକୁ ପାଳନ କରିଛନ୍ତି ।

ଅନ୍ୟପଟେ ହୋଲି ପାଇଁ ପ୍ରସ୍ତୁତ ହୋଇଗଲେଣି ସମସ୍ତେ । ଏବେଠୁ ଉତ୍ସବମୁଖର ହୋଇ ଉଠିଲାଣି ସାରା ଦେଶ । ଅନ୍ୟପକ୍ଷରେ ଆଜିଠାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛୁଟି ପଡ଼ି ଯାଉଥିବାରୁ ଧୁମ୍ଧାମ୍ରେ ହୋଇସାରିଲାଣି ହୋଲି ସେଲିବ୍ରେସନ । ‘ବୁରା ନା ମାନୋ ହୋଲି ହୈ’ ଶବ୍ଦରେ ଫାଟି ପଡ଼ୁଥିଲା ଗଗନ ପବନ । ଗୁରୁବାର ମଧ୍ୟ କିଛି ସ୍ଥାନରେ ରଙ୍ଗ ଖେଳ ହେବ । ତେବେ ଅସଲ ହୋଲି ଜମିବ ଶୁକ୍ରବାର ।