ଘନ କୁହୁଡି ପାଇଁ ଦୁର୍ଘଟଣା: ଜଗତସିଂହପୁର-ପାରାଦୀପ ରାସ୍ତାରେ ଦୋକାନ ଉପରକୁ ମାଡିଗଲା ଟ୍ରକ୍,ରାଜନଗରରେ ଝୁଲିଲା ବସ, ଜଂଟିଲୋରେ କାରକୁ ପିଟିଲା ବୋଲେରୋ

213

କନକ ବ୍ୟୁରୋ: ଅନ୍ଧାର କରିଦେଲା କୁହୁଡି । ଘନ କୁହୁଡି ଯୋଗୁଁ ଡ୍ରାଇଭରକୁ ଦେଖାଗଲାନି ରାସ୍ତା । ଆଉ ଏଥିପାଇଁ ସକାଳୁ ସକାଳୁ ୩ଟି ସ୍ଥାନରେ ଦୁର୍ଘଟଣା ଘଟିଛି । ରାଜନଗରରେ ରାସ୍ତା ତଳକୁ ଖସିଛି ବସ ।  ତଳକୁ ବସ ଖସି ଝୁଲି ରହିଛି । ଫଳରେ ଯାତ୍ରୀମାନେ ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

ସେହିଭଳି କେନ୍ଦ୍ରାପଡାରେ କଟକ-ଚାନ୍ଦବାଲି ରାସ୍ତାରେ ଜଂଟିଲୋ ଛକରେ ବୋଲେରାକୁ ଇଣ୍ଡିଗୋ ଧକ୍କା ଦେବା ଫଳରେ  ୫ ଜଣ  ଆହତ ହୋଇଛନ୍ତି । ଆହତଙ୍କୁ  ସ୍ଥାନୀୟ ମେଡିକାଲେର ଭର୍ତି କରାଯାଇଛି । ସମସ୍ତଙ୍କ ଘରେ ମାର୍ଶାଘାଇ ଅଂଚଳର ବୋଲି ଜଣାପଡିଛି ।

ସେହିଭଳି ଜଗତସିଂହପୁର କଟକ-ପାରାଦ୍ୱୀପ ରାସ୍ତାର ବାଲିପାଟଣା ଛକରେ ଆଳୁ ବୋଝେଇ ଟ୍ରକ ଓ ପିକ ଅପ ଭ୍ୟାନ ରାସ୍ତା ତଳକୁ ଖସିପଡିଛି । ଡ୍ରାଇଭର ଓ ହେଲପଟ ଦୁର୍ଘଣାରୁ ଅଳ୍ପକେ ବର୍ତିଯାଇଛନ୍ତ । ତେେବେ ଆଖାପାଖର ଦେକାନ କ୍ଷତିଗ୍ରସ୍ତ ହୋଇଛି ।

କଲବଲ କରୁଛି କୁହୁଡି । କୁହୁଡି ଯୋଗୁଁ ଆଜି ପୁଣି କେନ୍ଦ୍ରାପଡାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗସ୍ତ ହୋଇଛି । ରାଜନଗର ଗୋପାଳପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ବସ୍ । କଟକ ଅଭିମୁଖେ ଯାଉଥିବା ଦ୍ୱିବେଦୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ବସଟି ସମ୍ପୂର୍ଣ୍ଣ ରାସ୍ତା ତଳକୁ ନଖସି ଝୁଲିବା ଅବସ୍ଥାରେ ରହିଛି । ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଦୁଇ ଦିନ ତଳେ ଏହି ଜିଲ୍ଲାର ଚାନ୍ଦଳ ବଜାର କାକତିଆ ଛକ ନିକଟରେ ଟ୍ରକ ବୋଲେରୋ ଦୁର୍ଘଟଣା ଗସ୍ତ ହୋଇ ୫ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରବଳ କୁହୁଡି ଯୋଗୁଁ ରାସ୍ତା ଦେଖା ନଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

 

ସେପଟେ, ଘନ କୁହୁଡିର କବଳରେ ଓଡିଶା । ଭୋରରୁ କୁହୁଡିର କବଜା ଯୋଗୁଁ ବାଟଘାଟ କିଛି ଦେଖା ଯାଉ ନାହିଁ । ଉପକୂଳ ଓଡିଶାର ଅଧିକାଂଶ ଅଂଚଳ ଘନ କୁହୁଡି ବଳୟ ଭିତରେ ରହିଛି । କେନ୍ଦ୍ରାପଡା, କଟକ , ପୁରୀରେ ଆଜି ପ୍ରବଳ କୁହୁଡି ହୋଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡାର ମାର୍ଶାଘାଇ, ମହାକାଳପଡା, ଗରଦପୁର ବ୍ଲକରେ ଘନ କୁହୁଡି ପଡିଛି । କୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାତି ୮ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କୁହୁଡି ଲାଗି ରହୁଛି ।  ଫଳରେ ରାତି ଓ ସକାଳ ବେଳରେ ଯାତାୟତ କରିବାରେ ବହୁତ ଅସୁବିଧା ହେଉଛି । ସେହିପରି ପୁରୀ ଜିଲ୍ଳା ଅସ୍ତରଙ୍ଗରେ ମଧ୍ୟ ସମାନ ଅବସ୍ଥା କୁହୁଡି ଯୋଗୁଁ ୧୦ମିଟର ଦୂରରୁ କିଛି ଦେଖା ଯାଉନି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । କଟକ ଜିଲ୍ଲା ବାଙ୍କି ଅଂଚଳରେ ମଧ୍ୟ କୁହୁଡି କଲବଲ କରୁଛି । କୁହୁଡି ଯୋଗୁଁ ଗାଡି ଚଳାଇବା କଷ୍ଟକର ହୋଇଛି ।

ଫଳରେ ଯାତ୍ରାରେ ବିଳମ୍ବ ହେଉଛି । ଯାହାଦ୍ୱାରା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଆସନ୍ତା ୨୫ ତାରିଖ ଯାଏଁ କୁହୁଡିରୁ ନିସ୍ତାର ନାହିଁ । ପାଣିପାଗ କେନ୍ଦ୍ରପକ୍ଷରୁ ଏହି ସୂଚନା ଦିଆଯାଇଛି । ଘନ କୁହୁଡି ଲାଗି ରହିଥିବାରୁ ପରିସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାରଙ୍କୁ ଭାରତୀୟ ପାଣି ପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଭାଗ ପକ୍ଷରୁ ଓଡିଶା ପାଇଁ ୨୩ ଓ ୨୪ ତାରିଖ ପାଇଁ ୟଲୋ ଅଲର୍ଟ ଜାରି କରାଯାଇଛି । ଆସନ୍ତା ୨୪ ଓ ୨୫ ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ମଧ୍ୟମ ଧରଣର ଘନ କୁହୁଡି ରହିବ । ସେହିପିର ୨୫ରୁ ୨୮ ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲା ଓ ଉପକୂଳ ଅଂଚଳରେ ୨୮ ତାରିଖରେ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।