ବୁଡ଼ିଲା ପର୍ଯ୍ୟଟନ ସ୍ଥଳୀ ଅଂଶୁପା : ପାଖାପାଖି ୧୫ ଫୁଟର ବନ୍ୟା ଜଳ ପ୍ରବାହିତ

109

କନକ ବ୍ୟୁରୋ : ବନ୍ୟାପାଣିରେ ବୁଡ଼ିଲା ପର୍ଯ୍ୟଟନ ସ୍ଥଳୀ ଅଂଶୁପା । ବାଙ୍କିର ଅଂଶୁପାରେ ବ୍ୟାପକ ପରିମାଣର ବନ୍ୟାଜଳ ପ୍ରବାହିତ ହେଉଛି । ପାଖାପାଖି ୧୫ ଫୁଟର ବନ୍ୟା ଜଳ ଅଂଶୁପାରେ ପ୍ରବାହିତ ହେଉଛି । ଫଳରେ ଅଂଶୁପାର ଚାରିଆଡ଼େ ଜଳମଗ୍ନ ଅବସ୍ଥା ଦେଖାଦେଇଛି । ଅଂଶୁପାରେ ଥିବା ବଗିଚା ଏବଂ ଗଛପତ୍ର ସବୁ ପାଣିରେ ବୁଡ଼ି ରହିଛି । ଦୁଇ ମହଲା ବିଶିଷ୍ଟ ୱାଚ୍ ରୁମର ଅର୍ଦ୍ଧାଧିକ ଭାଗ ପାଣିରେ ବୁଡ଼ି ରହିଛି ।

ସେପଟେ, ଲଗାଣ ବର୍ଷାରେ ବିଭନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି । ପ୍ରତି ଗାଁରେ ବନ୍ୟା ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପାଣି ମାଡିଆସିବା ଯୋଗୁ ବାଘମାରୀରେ ବୁଡିଲା ଜାତୀୟ ରାଜପଥ । ଖୋର୍ଦ୍ଧା-ବଲାଙ୍ଗୀର ଏନଏଚ୍ -୫୭ ବାଘମାରୀଠାର ରାସ୍ତା ବୁଡ଼ିଯାଇଥିବା ବେଳେ ଏନଏଚ ଉପରେ ଦେଢଫୁଟର ପାଣି ପ୍ରବାହିତ ହେଉଛି । ସେପଟେ ଅଟ୍ରି ଉଷ୍ମପ୍ରସବଣରେ ୫ ଫୁଟର ବନ୍ୟା ଜଳ ପ୍ରବେଶ କରିଛି ।