ସମ୍ବଲପୁର ଗୋଲବଜାରରେ ଅଗ୍ନିକାଣ୍ଡ ! ଜଳିପୋଡି ଛାରଖାର ହୋଇଗଲା ୧୦୦ ଦୋକାନ

367

କନକ ବ୍ୟୁରୋ : ସମ୍ବଲପୁର ଗୋଲବଜାରରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ । ଅଗ୍ନିକାଣ୍ଡରେ ପାଖାପାଖି ୧୦୦ଟି ଦୋକାନ ପୋଡ଼ି ନଷ୍ଟ ହୋଇଛି । ଲକ୍ଷାଧିକ ଟଙ୍କାର ସମଗ୍ରୀ ପୋଡ଼ି ନଷ୍ଟ ହୋଇଛି । ନିଆଁ ପ୍ରାୟ ରାତି ୨.୧୫ ମିନିଟରେ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି । ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାରେ ପହଂଚିଥିଲା । ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ପହଂଚି ନିଆଁ ଲିଭାଇବାକୁ ତୁରନ୍ତ ଚେଷ୍ଟା କରିଥିଲେ ।

ହେଲେ ପ୍ଲାଷ୍ଟିକ ଆଜବେଷ୍ଟସ, ଜରି ଏବଂ ବିଭିନ୍ନ ଦହନଶୀଳ ପଦାର୍ଥ ଥିବାରୁ ନିଆଁ ଖୁବ ଜୋରରେ ବ୍ୟାପି ଯାଇଥିଲା । ୩ଟି ଦମକଳ ଗାଡ଼ି ସାହାଯ୍ୟରେ ୨ ଘଂଟା ପରିଶ୍ରମ ପରେ ନିଆଁକୁ ଆୟତ କରିଥିଲେ ଅଗ୍ନିଶମ ବିଭାଗ । ଗତକାଲି ଦୀପାବଳିରେ ବହୁ ଦୋକନୀ ଦୋକାନ ପୂଜା କରିଥିଲେ । ଦୋକାନରେ ଦୀପ ମଧ୍ୟ ଲାଗାଇଥିଲେ । ହୁଏତ ଦୀପରୁ ନିଆଁ ଲାଗିଥାଇପାରେ ବୋଲି ଅଗ୍ନିଶମ ବିଭାଗ କହିଛି । ତେବେ ତଦନ୍ତ କଲେ ପ୍ରକୃତ ତଥ୍ୟ ଜଣା ପଡ଼ିବ ବୋଲି କହିଛି ଅଗ୍ନିଶମ ବିଭାଗ । ଏହା ପୁର୍ବରୁ ମଧ୍ୟ ଗୋଲବଜାରରେ ୪ ଥର ନିଆଁ ଲାଗି କୋଟି କୋଟି ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି ।