ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ମାଆ କାଳୀଙ୍କ ପୂଜାର୍ଚ୍ଚନା । ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ପୀଠରେ ରିତି ନିତି ଅନୁସାରେ ବିଶେଷ ପୂଜାର୍ଚ୍ଚନା, ସେପଟେ ପୂଜା ପାଇଁ ଉତ୍ସବମୁଖର ଯାଜପୁର ସହର

197

କନକ ବ୍ୟୁରୋ : ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ମାଆ କାଳୀଙ୍କ ପୂଜାର୍ଚନା ଆରମ୍ଭ ହୋଇଛି । ଦିପାବଳୀ ଅବସରରେ ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀଙ୍କ ପୀଠରେ ରିତି ନିତି ଅନୁସାରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି । ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିବା ବେଳେ ମା’ଙ୍କ ମନ୍ଦିରକୁ ଫୁଲରେ ଖୁବ୍ ସୁନ୍ଦର ଭାବେ ସଜାସାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସେପଟେ ଯାଜପୁରରେ ବି ବେଶ ଆଡମ୍ବରରେ ଚାଲିଛି କାଳୀପୂଜା । ସହରରେ ପାଖାପାଖି ୫୦ରୁ ଅଧିକ ମଣ୍ଡପରେ ମା’ ପୂଜା ପାଉଥିବା ବେଳେ ଅନେକ ପୀଠରେ ବି ଚାଲିଛି ବିଶେଷ ପୂଜାର୍ଚ୍ଚନ । ଦୀର୍ଘ ୬ ଦିନ ଧରି ମା’ଙ୍କୁ ଦର୍ଶନ କରିବେ ଭକ୍ତ । ସନ୍ଧ୍ୟାରୁ ବିଭିନ୍ନ ମଣ୍ଡପ ପକ୍ଷପୁ ସାଂସ୍କତିକ କାର୍ଯ୍ୟକ୍ରମ କରାଯିବ ବୋଲି ମଧ୍ୟ ସୂଚନା ରହିଛି ।