ସମ୍ବାଦ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

53

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ବାଦ ପକ୍ଷରୁ ମେଧାବୀ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଚଳିତବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରିକ୍ଷାରେ ୯୦ ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖି ଏ ୱାନ୍ ଗ୍ରେଡରେ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଖୋର୍ଦ୍ଧା, ନୟାଗଡ ଏବଂ ପୁରୀ ଜିଲ୍ଲାର ବିଭିନ୍ନ ସ୍କୁଲର ଏ ୱାନ ଗ୍ରେଡ ପାଇଥିବା ୩୧୭ ଜଣ ମେଧାବୀ ଛାତ୍ରଛାତ୍ରୀ, ଅବିଭାବକଙ୍କ ସହ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏହି କାର୍ଯ୍ୟକମକୁ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ ପାଣିଗ୍ରାହୀ, ସମ୍ବାଦର ସଂପାଦକ ସୋ÷ମ୍ୟରଂଜନ ପଟ୍ଟନାୟକ, ସମ୍ବାଦର ପରିଚାଳନା ନିର୍ଦେଶିକା ମନିକା ନାୟାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।