ତୃପ୍ତିଙ୍କୁ ନେଇ ବଡ ବୟାନ ଦେଲେ ବାବୁସାନ୍ ମହାନ୍ତି । ପତ୍ନୀଙ୍କ ସହ ରହିଛି, ଆଗକୁ ମଧ୍ୟ ରହିବି 

315

କନକ ବ୍ୟୁରୋ : ଜନ୍ମଦିନ ପାଳନ ଅବସରରେ ପତ୍ନୀ ତୃପ୍ତିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ବାବୁସାନ ମହାନ୍ତି । କହିଛନ୍ତି ପତ୍ନୀଙ୍କ ସହ କେକ କାଟିନଥିଲେ ମଧ୍ୟ ତୃପ୍ତି ତାଙ୍କ ମନରେ ଅଛନ୍ତି । ପତ୍ନୀଙ୍କ ସହ ଅଛନ୍ତି ଓ ଆଗକୁ ମଧ୍ୟ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ବାବୁସାନ । ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳନ ଅବସରରେ ନିଜ ନୂଆ ଫିଲ୍ମ ଘୋଷଣା କରିଛନ୍ତି ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ।

କେକକାଟି ନିଜ ନୂଆ ଫିଲ୍ମ ଗଜପତିର ଘୋଷଣା କରିଛନ୍ତି ଓ ନିଜ ହାତରେ ଫ୍ୟାନ୍ସଙ୍କୁ କେକ ଖୁଆଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଉପସ୍ଥିତ ଥିଲେ ତାଙ୍କ ମାଆ ଅପରାଜିତା ମହାନ୍ତି । ଏକ ବଡ ବ୍ୟାନରରେ ଶ୍ରୀମନ୍ଦିରର ଚିତ୍ର ଥାଇ ଗଜପତି ଲେଖା ରହିଥିବା ଦେଖିବାକୁ ମିଳିଛି । ତନ୍ମୟ ପ୍ରଡକସନ ପକ୍ଷରୁ ପ୍ରାୟୋଜିତ ଏହି ଫିଲ୍ମରେ ଲିଡ ରୋଲରେ ଅଭିନୟ କରିବେ ବାବୁସାନ ।

ସେପଟେ ବାବାୁସାନ ଓ ତୃପ୍ତିଙ୍କ ମଧ୍ୟରେ ଆପୋଷ ମିଳାମିଶା ପାଇଁ ଆଉ ପାଦେ ଆଗକୁ ବଢିଛି କଥାବାର୍ତ୍ତା । ବାବୁଶାନଙ୍କ ଘରକୁ ଆସି  ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ଶ୍ୱଶୁର ଲଳିତ ଶପପଥୀ । ଘରେ ବାର୍ଥ ଡେ କେକ୍ କାଟିବା ବେଳେ ମଧ୍ୟ ସେ ଉପସ୍ଥିତ ରହିଥିଲେ । ବାବୁସାନଙ୍କ ବାପା ତଥା ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ମାଆ ଅପରାଜିତା ମହାନ୍ତି, ଫିଲ୍ୱ ନିର୍ମାତା ସଂଜୟ ନାୟକଙ୍କ ସହ ବେଶ କିଛି ସମୟ ସହ କାଟିଥିଲେ ।

ସୂଚନା ମିଳିଛି, ପରିବାର ଭିତରେ କଳି ତୁଟାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଗଣମାଧ୍ୟମ ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ତୃପ୍ତିଙ୍କ ବାପା ଲଳିତ ଶତପଥୀ ।  ତେବେ ଅଭିନେତା ରବି ମିଶ୍ର କହିଛନ୍ତି, ଲଲିତ ତାଙ୍କ ଜ୍ୱାଇଁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସବୁ ବିଷୟରେ ଆଲୋଚନା କରିଛନ୍ତି ।