ଖୋଲିଲା ମଣ୍ଡି ହେଲେ ସୁଧୁରିଲା ନାହିଁ ବ୍ୟବସ୍ଥା । ଖରିଫ ରୁତୁ ପାଇଁ ବରଗଡରେ ମଣ୍ଡି ଖୋଲିବା ପରେ ଟୋକନ ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଚାଷୀ ଅସନ୍ତୋଷ

146

କନକ ବ୍ୟୁରୋ : ଖୋଲିଲା ମଣ୍ଡି ହେଲେ ସୁଧୁରିଲା ନାହିଁ ବ୍ୟବସ୍ଥା । ଖରିଫ ରୁତୁ ପାଇଁ ବରଗଡ଼ ଜିଲ୍ଲାରେ ମଣ୍ଡି ଖୋଲିବା ପରେ ଟୋକନ ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି । ଚଳିତ ବର୍ଷ ୧ ଲକ୍ଷ ୫୧ ହଜାର ୪୩୫ ଜଣ ଚାଷୀ ଧାନ କିଣିବା ପାଇଁ ଚାଷୀ ପଂଜିକୃତ କରିଥିବାବେଳେ ୧୧୨ ଜଣ ମିଲରର୍ସ ୫୪ଟି ଏସଏଚଜି ଗ୍ରୁପ୍, ୫୮ଟି ପ୍ୟାକ୍ସ ମାଧ୍ୟମରେ ଧାନ କିଣାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୁଚନା ଦେଇଛନ୍ତି । ସେପଟେ ଟୋକନ ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ କରି ଆନ୍ଦୋଳନ କରିଛନ୍ତି ପଦ୍ମପୁର ଉପଖଣ୍ଡର ଚାଷୀ । ସମବାୟ ସମିତିର ତାଲା ପକାଇ ଚାଷୀ ଆନ୍ଦୋଳନ କରିଛନ୍ତି । ପଦ୍ମପୁର ଘେଁସ୍ ଗୋପବନ୍ଧୁ କୃଷକ ସମବାୟ ସମିତି ଅଧିନରେ ଥିବା ଚାଷୀ ମାନଙ୍କ ଟୋକନ ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କ କହିବା ମୁତାବକ ସେମାନେ ୩ ଏକରରୁ ଅଧିକ ଜମିରେ ଚାଷ କରି ୭୦ରୁ ୭୦ କ୍ୱିଂଟାଲ ଧାନ ଅମଳ କରିଛନ୍ତି । ହେଲେ ତାଙ୍କୁ କେବଳ ୭ରୁ ୮ କୁଇଂଟା ଧାନ ବିକ୍ରି ପାଇଁ ଟୋକନ ମିଳିଛି । ଧାନ ଅମଳ ହେବାର ଦୀର୍ଘ ଦିନ ପରେ ମଣ୍ଡି ଖୋଲିଛି । ହେଲେ ଟୋକନ ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆନ୍ଦୋଳନ କରିଛନ୍ତି ଚାଷୀ ।