ପଙ୍କଜ ତ୍ରିପାଠୀ ତାଙ୍କ ଆଗାମୀ ଫିଲ୍ମରେ ଏକ ଭିନ୍ନ ଭୂମିକରେ ଆସୁଛନ୍ତି । ଅମିତାଭ ବଚ୍ଚନ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି

76

ପଙ୍କଜ ତ୍ରିପାଠୀ ତାଙ୍କ ଆଗାମୀ ଫିଲ୍ମ ‘କଡକ ସିଂ’ରେ ତାଙ୍କର ପୂର୍ବ ଚରିତ୍ରମାନଙ୍କଠାରୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଆସନ୍ତା ମାସରେ ମୁକ୍ତିଲାଭ କରିବ।

ଆଜିକାଲି ପଙ୍କଜ ତ୍ରିପାଠୀ ଚଳଚ୍ଚିତ୍ର ସୁଟିଙ୍ଗରେ ବହୁତ ବ୍ୟସ୍ତ ଅଛନ୍ତି ।  ତାଙ୍କର ଚଳଚ୍ଚିତ୍ର ଲଗାତର ରିଲିଜ ହେଇ ଚାଲିଛି ।  ଯାହା ଦର୍ଶକ ମାନଙ୍କ ବହୁତ ମନୋରଞ୍ଜନ କରୁଛି ।  ଏହି କ୍ରମରେ ତାଙ୍କର ଆଗାମୀ ଫିଲ୍ମ ‘କଡକ ସିଂ’ ନାମ ଯୋଡିହେବାକୁ ଯାଉଛି ।  ଯାହାର ଟ୍ରେଲର ନିକଟରେ ରିଲିଜ ହୋଇଛି ଏବଂ ଏହା ଖୁବ ଦମଦାର ଲାଗୁଛି । କେବଳ ଏତିକି ନୁହେଁ ଖୋଦ ଅମିତାଭ ବଚ୍ଚନ ନିଜେ ଏହାକୁ ସେୟାର କରିବା ସହ ଖୁବ ପ୍ରଶଂସା କରିଛନ୍ତି ।

କଡକ ସିଂର ଟ୍ରେଲର ଆରମ୍ଭ ହେବା ମାତ୍ରେ ଆପଣ ଜାଣିପାରିବେ କି ଏହା ଏକ  ସସପେନ୍ସ, ଅପରାଧ ଏବଂ ରୋମାଞ୍ଚକର କାହାଣୀ ।  ଯାହା ଆପଣଙ୍କୁ ବହୁତ ପସନ୍ଦ ହେବ । କାହାଣୀ ଏକ ହସ୍ପିଟାଲରେ ଆରମ୍ଭ ହୋଇଛି । ଯେଉଁଠାରେ ପଙ୍କଜ ତ୍ରିପାଠୀ ଆମ୍ନେସିଆରେ ପୀଡିତ ରୋଗୀର ଭୂମିକାରେ ଅଭିନୟ କରୁଥିବାର ଦେଖାଯାଉଛି ।  ଏହି ସମୟ ମଧ୍ୟରେ ଏପରି କିଛି ଘଟଣା ଦେଖାଯାଇଛି ଯାହା ଫିଲ୍ମରେ ପଙ୍କଜଙ୍କ ମୂଳ ଚରିତ୍ରକୁ  ପ୍ରକାଶ କରିଛି । ଫିଲ୍ମର ଅନ୍ତ ମଧ୍ୟ ଖୁବ ରୋମାଞ୍ଚକର ଏବଂ ମଜାଦାର ହେଇଥିବାର ଜଣାଯାଉଛି ।

 

ଅମିତାଭ ବଚ୍ଚନ ନିଜେ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି – ଦାଦା, ତୁମର ନୂଆ ଚଳଚ୍ଚିତ୍ର ପାଇଁ ମୋର ଶୁଭେଚ୍ଛା ଏବଂ ପ୍ରାର୍ଥନା । ଏହା ଖୁବ ଆକର୍ଷଣୀୟ ଲାଗୁଛି ।

ଓଟିଟିରେ ରିଲଜ ହେବ ଚଳଚ୍ଚିତ୍ର

ଯଦିଓ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ନାହିଁ, ବରଂ ଏହା ସିଧାସଳଖ OTT ରେ ମୁକ୍ତିଲାଭ କରିବାକୁ ଯାଉଛି ।  ଏହା ଡିସେମ୍ବର ୮ ରେ ZEE 5 ରେ ଷ୍ଟ୍ରିମ୍ ହେବ । ଆପଣ ନିଜ ପରିବାର ସହିତ ଘରେ ବସି ଏହି ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ । ସଞ୍ଜନା ସାଙ୍ଗୀ ଏହି ଚଳଚ୍ଚିତ୍ରରେ ପଙ୍କଜ ତ୍ରିପାଠୀଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି । ଯାହାର ଚରିତ୍ର ମଧ୍ୟ ବହୁତ ଶକ୍ତିଶାଳୀ ଲାଗୁଛି । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଦିଲ ବେଚାରା । ପଙ୍କଜ ତ୍ରିପାଠୀଙ୍କ ଶେଷ ରିଲିଜ୍ ଫିଲ୍ମ ଥିଲା OMG 2 ଯାହା ବକ୍ସ ଅଫିସରେ ଖୁବ ହଇଚଇ ସୃଷ୍ଟି କରିଥିଲା ।