ବିଜେଡି ବିଧାୟକଙ୍କ ନାଁରେ ଫେକ୍ ଆଇଡି । ଗୃହରେ ପ୍ରସଙ୍ଗ ଉଠାଇ ଦୋଷୀକୁ ଗିରଫ ପାଇଁ ଦାବି କଲେ ନୃସିଂହ ଚରଣ ସାହୁ ।

152

କନକ ବ୍ୟୁରୋ: ପୋଲିସକୁ ସାଇବର ଠକଙ୍କ ଖୋଲା ଚ୍ୟାଲେଞ୍ଜ । ବିଧାୟକଙ୍କ ନାଁରେ ଫେକ୍ ଆଇଡି କରି ଅର୍ଥ ଆତ୍ମସରାତ୍ କରିଥିବା ଅଭିଯୋଗ । ବିଧାନସଭା ଶୂନ୍ୟକାଳରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ । ଏପରିକି ଘଟଣାକୁ ତିନି ଦିନ ବିତିଯାଇଥିଲେ ବି ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କହିଛନ୍ତି ଶାସକ ଦଳ ବିଧାୟକ ।

ଅନ୍ୟପଟେ ଦିନକୁ ଦିନ ସାଇବର ଠଙ୍କ ନିଶାନାରେ ରହୁଛନ୍ତି ନେତା, ମନ୍ତ୍ରୀ ଓ ବିଧାୟକ । ଫେକ୍ ଆଇଡି କରି ଫ୍ରେଣ୍ଡ ରିକ୍ୟୁଏଣ୍ଟ ପଠାଇ ଟଙ୍କା ଦାବି କରୁଛନ୍ତି ସାଇବର ଠକ । ଏହାକୁ ନେଇ ଗୃହରେ ପ୍ରଶ୍ନ କରିଛନ୍ତି ବିଧାୟକ ନୃସିଂହ ଚରଣ ସାହୁ । ଦେଖିବାକୁ ବାକି ରହିଲା ଶାସକ ଦଳ ବିଧାୟକ ଆଣିଥିବା ଅଭିଯୋଗର କେବେ ସମାଧାନ ହେଉଛି ।