ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ : ଜଣଙ୍କୁ ଗିରଫ କଲା ଏସଟିଏଫ; ରାଜ୍ୟ ବାହାରକୁ ଲମ୍ବିଛି ରାକେଟର ଚେର

257

କନକ ବ୍ୟୁରୋ : ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାସହ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ସୋନପୁରରୁ ୪୦ଲକ୍ଷ ଟଙ୍କା ଜାଲ ନୋଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତଙ୍କ ନାଁ ଦୀପକ ମେହର ଓ ସେ ସୋନପୁର ବାସିନ୍ଦା ବୋଲି ଜଣାପଡିଛି ।

ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ତେବେ ଘଟଣାସ୍ଥଳରୁ ଜାଲ ନୋଟ ପ୍ରସ୍ତୁତ ସଂରଜାମ ମଧ୍ୟ ଜବତ କରାଯାଇଛି । ରାଜ୍ୟବାହାରକୁ ଜାଲ ନୋଟ ରାକେଟ ଚେର ଲମ୍ବିଥିବା ସହେନ୍ଦ କରାଯାଉଛି । ଛତିଶଗଡକୁ ନୋଟ ଗୁଡିକ ଚାଲାଣ ହେଉଥିବା ମଧ୍ୟ ସହେନ୍ଦ କରାଯାଉଛି । ତେବେ ଜବତ ନୋଟଗୁଡିକ ଯାଂଚ ପାଇଁ ପଶ୍ଚିମବଙ୍ଗ ରିଜର୍ଭ ବ୍ୟାଙ୍କ ମୁଦ୍ରଣ ପ୍ରେସକୁ ପଠାଯାଇଥିବା ସୂଚନା ମିଳିଛି ।