ଖୁଦୁରୁକୁଣି ଓଷାରେ ବାଲୁକା ପୂଜା ପାଇଁ ଯାଇଥିଲେ : ନଦୀରେ ଭାସିଗଲେ ନାବାଳିକା, ଉଦ୍ଧାର କାର୍ଯ୍ୟ ଜାରି

463

କନକ ବ୍ୟୁରୋ : ନଦୀରେ ଭାସିଗଲେ ନାବାଳିକା । ପାରାଦୀପ ଅଠରବାଙ୍କୀ ନଦୀରେ ଆଜି ଅଘଟଣ ଘଟିଛି । ଭାସିଯାଇଥିବା ନାବାଳିକାଙ୍କ ନାଁ ଆରତି ମଲ୍ଲିକ । ତାଙ୍କୁ ୧୪ ବର୍ଷ । ସକାଳେ ଖୁଦୁରୁକୁଣି ଓଷା କରିବାକୁ କିଛି ସାଙ୍ଗ ଯାଇଥିଲେ । ସେମାନଙ୍କ ସହ ଆରତୀ ଯାଇଥିଲେ । ବାଲୁକାପୂଜା କରୁଥିବା ବେଳେ ସେ ନଦୀରେ ଭାସିଯାଇଥିଲେ । ଏନେଇ ଖବର ପରେ ଗାଁ ଲୋକ ନଦୀ କୂଳରେ ଜମା ହୋଇ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ । ଏହା ସହ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଗାଁ ଲୋକଙ୍କ ସହ ମିଶି ନାବାଳିକାଙ୍କୁ ଖୋଜୁଛି ଅଗ୍ନିଶମ ବିଭାଗ ।