ଭାରତରେ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ଅନୁମତି ଆବେଦନକୁ କମ୍ପାନୀର ପ୍ରତ୍ୟାହାର । ଭାରତରେ ଫାଇଜର ଟିକାର ବ୍ୟବହାର ପାଇଁ ନାହିଁ ଅନୁକୂଳ ପରିବେଶ ।

171

କନକ ବ୍ୟୁରୋ : କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋ ଆଣ୍ଡ ଟେକ୍ ଭାରତରେ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଆବେଦନକୁ ପ୍ରତ୍ୟାହାର କରିନେଇଛି । ଜାତୀୟ ସଂବାଦ ସରବରାହ ସଂସ୍ଥା ରଏଟର ପକ୍ଷରୁ ଏହାର ସୂଚନା ଦିଆଯାଇଛି । ଭାରତରେ ଫାଇଜର ଟିକାର ବ୍ୟବହାର ନେଇ ପରିବେଶ ଅନୁକୂଳ ନୁହଁ । ଏହି ଟିକାକୁ ମାଇନସ୍ ୭୦ ଡିଗ୍ରୀ ତାପମାତ୍ରାରେ ରଖିବାକୁ ପଡିଥାଏ ।

ଏପରି ଥଣ୍ଡା ପରିବେଶ ଭାରତରେ ପାଇବା କଷ୍ଟକର । ଭାରତ ପରି ଗ୍ରୀଷ୍ମ ପ୍ରଧାନ ଦେଶରେ ଫାଇଜର ଟିକା ବ୍ୟବହାର ଏହି କାରଣରୁ କଷ୍ଟକର ରହିବ । ଏସବୁକୁ ଅନୁଧ୍ୟାନ କରିବା ପରେ ଫାଇଜର ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ଆବେଦନକୁ ପ୍ରତ୍ୟାହାର କରିନେଇଛି । ଦେଶରେ ଏବେ ଦୁଇଟି କରୋନା ଟିକା ବ୍ୟବହାର ହେଉଛି । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚୁଟ ନିର୍ମାଣ କରିଥିବା କୋଭିସିଲଡ ଟିକାକୁ କରୋନା ମୁକାବିଲାରେ ବ୍ୟବହାର କରାଯାଉଛି ।