ଆଇଏଏସସ୍ତରରେ ଅଦଳବଦଳ। ଅରବିନ୍ଦ ପାଢୀ କୃଷି ବିଭାଗର ପ୍ରମୁଖ ସଚିବ।

360

କନକ ବ୍ୟୁରୋ:  ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବିଷ୍ଣୁପଦ ସେଠୀ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ନିଯୁକ୍ତ ହୋଇଛନ୍ତି । ଏହା ସହ ସେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୬ ବ୍ୟାଚ ଆଇଏଏସ ଅଫିସର ଅରବିନ୍ଦ ପାଢୀ କୃଷି ବିଭାଗର ପ୍ରମୁଖ ସଚିବ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । ସଞ୍ଜୟ କୁମାର ସିଂହଙ୍କୁ ଗ୍ରାମ୍ୟଉନ୍ନୟନ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ମିଳିଛି । ଏହା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବା ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୩ ବ୍ୟାଚ ଆଇଏଏସ ଅସ୍ୱାଥା. ଏସ ଗଣଶିକ୍ଷା ବିଭାଗ ସଚିବ ତଥା କମିଶନର ନିଯୁକ୍ତ ହୋଇଛନ୍ତି ।