ଆଇପିଏଲ ପରେ ଗ୍ଲୋବାଲ ଟି-ଟ୍ୱେଂଟି ମୁହାଁ ପ୍ରୀତି ଜିଂଟା ! ଦକ୍ଷିଣ ଆଫ୍ରିକା ପ୍ରିମିଅର ଲିଗର ଫ୍ରାଂଚାଇଜ୍ କିଣିଲେ କିଙ୍ଗସ ଇଲେଭେନ ମାଲିକାଣୀ

24

ଆଇପିଏଲ ପରେ ଏବେ ଦକ୍ଷିଣ ଆଫ୍ରିକାର ଗ୍ଲୋବାଲ ଟି-ଟ୍ୱେଂଟିର ଷ୍ଟେନେଲବୋଚକୁ କିଣିଛନ୍ତି । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି । ୨୦୦୮ରେ କିଂଗ ଇଲେଭେନ ପଂଜାବର ସହ ମାଲିକ ହୋଇଥିଲେ ପ୍ରିତି ଜିଂଟା । ଏହା ସହ ସେ ହିଁ ଏକମାତ୍ର ମହିଳା ଥିଲେ ଯିଏ ଟିମ୍ କିଣିଥିଲେ । ଏହି ଲିଗ୍ ଦକ୍ଷିଣ ଆଫ୍ରିକାର ଯୁବ ପ୍ରତିଭାଙ୍କ ପାଇଁ ଲାଭଦାୟକ ହେବ ବୋଲି ପ୍ରିତି ଜିଂଟା କହିଛନ୍ତି । ଦକ୍ଷିଣ ଆଫ୍ରିକା କ୍ରିକେଟକୁ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ଜାତୀୟ ଦଳର ଅଧିନାୟକ ଫାପ ଡୁପ୍ଲେସିସ୍ ।