ଗ୍ୟାଙ୍ଗଷ୍ଟର ଟାର୍ଗେଟରେ ସଲମାନ ଖାନ୍ । ଧମକର ୭ଦିନ ପରେ ସୁଟିଂ ସେଟରେ ହଙ୍ଗାମା
ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୀବନରୁ ମାରିଦେବା ଧମକ ଘଟଣା କେବଳ କଥାରେ ରହିନି ବଂର ସୁଟିଂ ସେଟରେ ଏହାର ଚିତ୍ର ନଜର ଆସିଛି । ମୁମ୍ବାଇ ଗୋରେଗାଓଁ ଫିଲ୍ମସିଟିରେ ଭାଇଜାନଙ୍କ ଅପକମିଂ ଫିଲ୍ମ ରେସଥ୍ରୀର ସୁଟିଂ ଚାଲିଥିବା ସମୟରେ ହଠାତ କିିଛି ଅଜଣା ଯୁବକ ସେଟରେ ପସି ଭଙ୍ଗାରୁଜା ସହ ହଙ୍ଗାମା କରିଥିଲେ । ଅନ୍ୟପଟେ ସେଟରେ ଉପସ୍ଥିତ ଥିବା ସଲମାନଙ୍କୁ କଡ଼ା ସୁରକ୍ଷାବଳରେ ରଖାଯାଇଥିଲା । ତେବେ କୌଶଳକ୍ରମେ ସେଟରୁ ସଲମାନଙ୍କୁ ବାହାର କରି ଘରେ ପହଁଚାଇଥିଲେ ସୁରକ୍ଷାକର୍ମୀମାନେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରାଥମିକ ତଦନ୍ତରୁ ଜଣାପଡିଛି କି, ସୁଟିଂ ସେଟରେ ଅଜଣା ଯୁବକଙ୍କ ଆକ୍ରମଣ ଘଟଣାର ସିଧା ସର୍ମ୍ପକ ରହିଛି ରାଜସ୍ଥାନ ଯୋଧପୁର ସହ । ଏଠାକାର ସକ୍ରିୟ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ଠିକ ୭ଦିନ ଆଗରୁ ଭାଇଜାନ ସଲମାନ ଖାନଙ୍କୁ ଜୀବନରୁ ମାରିଦେବା ନେଇ ଖୁଲ୍ଲମଖୁଲ୍ଲା ଧମକ ଦେଇଥିଲା । ଲରେନ୍ସର ସାଥୀ ଯୁବକଙ୍କ ହିଁ ସେଟରେ ପଶି ଉନ୍ମୋତକାଣ୍ଡ ଘଟାଇଥିବା କହିଛି ପୁଲିସ । ତେବେ ଏଠି ପ୍ରଶ୍ନ ଉଠୁଛି ଧମକ ମିଳିବା ସତ୍ୱେ ସଲମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଯଦି ଦିଆଯାଇଥିଲା ତେବେ ଆକ୍ରମଣକାରୀ ସୁଟିଂ ସେଟରେ କିପରି ପହଁଚିଲେ ? ଯଦି ସଲମାନ ନିକଟରେ ପୁଲିସକର୍ମୀ ଓ ବଡିଗାର୍ଡ ନଥାନ୍ତେ ତେବେ କଣ ହୋଇଥାନ୍ତା ସଲମାନଙ୍କର ।
ଅନ୍ୟପଟେ ମୁମ୍ବାଇ ରାସ୍ତାରେ ସାଇକେଲ ଚଳାଇବାକୁ ସଲମାନଙ୍କୁ ବାରଣ କରିଛି ମୁମ୍ବାଇ ପୁଲିସ । ହୁଏତ ପୂର୍ବପରି ସାଇକେଲ ଚଲାଇ ଫ୍ୟାନଙ୍କ ନିକଟତର ହେଉଥିବା ସଲମାନ କିଛି ଦିନପାଇଁ ଆଉ ନଜର ଆସିବେନି । ଏଥିସହ ସଲମାନ ନିଜ କୌଣସି କାର୍ଯ୍ୟକ୍ରମ ସମ୍ବନ୍ଧରେ ସୋସିଆଲ ମିଡିଆରେ ସୁଚନା ନଦେବା ପାଇଁ ପୁଲିସ ପରାର୍ମଶ ଦେଇଛି । ଅନ୍ୟପଟେ ଧମକ ସହ ସର୍ମ୍ପକ ରଖୁଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଉପରେ ତିକ୍ଷଣ ନଜର ରଖାଯାଇଛି । ଗତସପ୍ତାହରେ ଯୋଧପୁର କୋର୍ଟରେ ହାଜର ହେବା ସମୟରେ ବିଶ୍ନୋଇ ସଲମାନଙ୍କୁ ମାରିବା ଧମକ ଦେଇଥିଲା । ଗ୍ୟାଙ୍ଗଷ୍ଟର କହୁଛି କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ତାଙ୍କୁ ମିଛରେ ଫଶାଇଛନ୍ତି ଓ ଏହାର ସେ ବଦଲା ନେବ ।