ମହାନ ‘ବାହୁବଳୀ’କୁ ନେଇ ମହାସମୀକ୍ଷା ! ସାମ୍ନାକୁ ଆସିଲା ସିନେମାରେ ଥିବା ୪ଟି ବଡ ଭୁଲ୍

32

ସିନେମା ବାହୁବଳୀ-ଟୁ ପରଦାକୁ ଆସିସାରିଛି । ବକ୍ସ ଅଫିିସରେ ମଧ୍ୟ ଏହି ସିନେମାଟି ରେକର୍ଡ ସୃଷ୍ଟି କରିବାରେ ଲାଗିଛି । କିନ୍ତୁ ଏହି ସିନେମାରେ କିଛି ଏଭଳି ଅସ୍ପଷ୍ଟ ଘଟଣା ରହିଛି ଯାହା ଦର୍ଶକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି । ଯାହାକୁ ନେଇ କିଛି ସମୀକ୍ଷା ମଧ୍ୟ କରାଯାଇଛି । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ରହିଛି ।

• ସିନେମାର ପ୍ରଥମ ଭାଗଟିର ଆରମ୍ଭ ଏବଂ ଶେଷ ଯେପରି ଦମଦାର ରହିଥିଲା ତାର ଦ୍ୱିତୀୟ ଭାଗ ତଥା ବାହୁବଳୀ-ଟୁରେ କିନ୍ତୁ ସେଭଳି ଅନ୍ଦାଜ୍ ଦେଖିବାକୁ ପାଇ ନଥିଲେ ଦର୍ଶକମାନେ । ଅର୍ଥାତ୍ ଯେପରି ଅନୁରାଗ କଶ୍ୟପଙ୍କ ସିନେମା ‘ଗ୍ୟାଗ୍ସ ଅଫ୍ ୱାସେପୁର-ଟୁ’ରେ କରାଯାଇଛି ।

• ସିନେମାରେ ଦେଖିବାକୁ ମିଳିଛି ଗୋଟିଏ ପରେ ଗୋଟିଏ ତଥା ଲଗାତାର ଭାବେ ଦୁଇଟି ଗୀତ । ଯାହାର କୌଣସି ଆବଶ୍ୟକତା ନଥିଲା । ଦର୍ଶକେ ବହୁତ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି କେବେ ଏହି ଗୀତ ଶେଷ ହେବ ଆଉ ମୁଖ୍ୟ କାହାଣୀର ଆରମ୍ଭ ହେବ । ତେବେ ଦର୍ଶକେ କଟ୍ଟପ୍ପାଙ୍କୁ ସେହି ଅନ୍ଦାଜରେ ଦେଖିବାକୁ ବ୍ୟଗ୍ର ହୋଇ ଉଠିଥିଲେ ଯେଉଁ ଅନ୍ଦାଜରେ ସେ ମହେନ୍ଦ୍ର ବାହୁବଳୀଙ୍କୁ ସଂପୂର୍ଣ୍ଣ କାହାଣୀ ଶୁଣାଇବାକୁ ଯାଉଥିଲେ ।

• ଅମରେନ୍ଦ୍ର ବାହୁବଳୀଙ୍କ ସହିତ ଯେତେବେଳେ କଟ୍ଟପ୍ପା ଦେବସେନାଙ୍କ ରାଜ୍ୟରେ ପ୍ରବେଶ କରନ୍ତି ସେତେବେଳେ କମେଡିର ଅନେକ ଦୁଶ୍ୟ ରହିଛି । ତେବେ କମେଡିର ଏହି ଦୃଶ୍ୟ ଦକ୍ଷିଣ ଭାରତୀୟ ସିନେମା ଭଳି ରହିଛି । ଏହି ଦୃଶ୍ୟ ଲୋକଙ୍କୁ ହସାଇଥାଏ ସତ କିନ୍ତୁ ଏହି ସିନେମାରେ ଏହାକୁ ଦୀର୍ଘ ସମୟଧରି ଲମ୍ବାଇ ଦିଆଯାଇଥିଲା ।

• ଫ୍ଲାସବ୍ୟାକର ସେହି ଦୃଶ୍ୟ ଯେଉଁଥିରେ କଟ୍ଟପ୍ପା, ଅମରେନ୍ଦ୍ର ବାହୁବଳୀଙ୍କ ପିଠିରେ ଖଣ୍ଡା ରଖିଥାନ୍ତି ସେହି ସମୟରେ ଏକଥା ବୁଝାପଡେନି ବାସ୍ତବରେ ଲଢେଇ କାହା କାହା ମଧ୍ୟରେ ଚାଲିଛି । ଖାଲି ସେତିକି ନୁହେଁ ସିନେମାରେ ଅନେକ ଭଲ ଡାଇଲଗ୍ ଏବଂ ଦୃଶ୍ୟ ରହିଛି କିନ୍ତୁ ସିନେମାରେ ନାୟକ ବାହୁବଳୀ ଏବଂ ମୁଖ୍ୟ ଖଳନାୟକ ଭଲ୍ଲାଲଦେବଙ୍କ ମଧ୍ୟରେ ବାର୍ତ୍ତାଳାପର ଦୃଶ୍ୟ ଖୁବ୍ କମ୍ ଦେଖିବାକୁ ମିଳିଛି ।