ବରଫ ଉପରେ ରକ୍ତର ସୁଅ ! ଆଣ୍ଟାର୍କଟିକାର ଏହି ସ୍ଥାନରେ କଣ ରହିଛି ରହସ୍ୟ ?

44

blood-fall-featureଆଣ୍ଟାର୍କଟିକାର ‘ବ୍ଲଡ୍ ଫଲସ’ ବା ରକ୍ତ ସୁଅ ସାଜିଛି ରହସ୍ୟମୟ । କେମିତି ଏହି ଧଳା ଟେଲର ଗ୍ଲାସିୟର ବରଫ ଉପରେ ଏପରି ରକ୍ତର ସ୍ରୋତ । ଦୁଇ ବର୍ଷ ତଳେ ଏକ ଅନୁଧ୍ୟାନ କରାଯାଇଥିଲା ଯେ ଭୂଗର୍ଭସ୍ଥ ଲୁହାର କୈାଣସି ଉଚ୍ଚ ସ୍ତର ଜଳ ଓ ଲୁଣି ଜଳ ଉପରେ ଆବରଣ ସୃଷ୍ଟି କରି ବାହାରକୁ ବାହାରୁଥିଲା । ଏହା ରକ୍ତର ଜଳ ପରି ଦୃଶ୍ୟମାନ ହେଉଥିଲା । ଯାହା ଭୂପୃଷ୍ଠରେ ହ୍ରଦ ସହ ସଂଯୋଗ ହୋଇଥିଲା । ଏହା ଧଳା ବରଫ ଉପରେ ରକ୍ତ ଭଳି ଲାଗୁଥିଲା ।

ସୂଚନା ଅନୁସାରେ ଏହି ଭୂଗର୍ଭସ୍ଥ ଜଳ ଆଣ୍ଟାର୍କଟିକାର ଏହି ବରଫ ଉପତ୍ୟକାରେ ଏପରି ‘ବ୍ଲଡ୍ ଫଲସ’ ଭ୍ରମ ସୃଷ୍ଟି କରିଥିଲା । ବିଶେଷଜ୍ଞଙ୍କ ମତରେ ଜଳବାୟୁ ବଦଳୁଥିବାରୁ ପୃଥିବୀର ତାପମାତ୍ରାରେ ପରିବର୍ତ୍ତନ ଘଟୁଛି । ଯାହାର ପ୍ରଭାବ ଭୂଗର୍ଭସ୍ଥ ପଦାର୍ଥ ଉପରେ ପଡୁଛି । ଏହା ଭୂଇଁ ତଳେ ଥିବା ଧାତବ ପଦାର୍ଥ ଗୁଡିକର ସମ୍ମିଶ୍ରଣରେ ଏପରି ନାଲି ରଙ୍ଗ ଧାରଣା କରୁଛି ।
( ସୈାଜନ୍ୟ : ପପୁଲାର ସାଇନ୍ସ )