କାହିଁକି ଝୁଲି ପଡିଲେ ଯୁବତୀ ? ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ

525

କନକ ବ୍ୟୁରୋ : ଭୁବନେଶ୍ୱରରୁ ନିଖୋଜ ଯୁବତୀଙ୍କ ମୃତଦେହ ପୁରୀର ଲଜରୁ ଉଦ୍ଧାର । ହାତ କାଟଠି ଝୁଲିପଡ଼ିଲେ ଯୁବତୀ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ବଡ଼ଶଙ୍ଖ ସ୍ଥିତ ଏକ ଲଜର ବନ୍ଦ କୋଠରୀରୁ ମିଳିଛି । ମୃତ ଯୁବତୀ ଭୁବନେଶ୍ୱର ଗଙ୍ଗନଗରରେ ରହୁଥିବା କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ ମହାନ୍ତି । ସେ ନିଖୋଜ ଥିବା ନେଇ ଏୟାରପୋର୍ଟ ଥାନାରେ ଏକ ମିସିଂ ରିପୋର୍ଟ ଦିଆଯାଇଥିଲା । ଯୁବତୀଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି । ବିଫଳତା ପାଇଁ ସେ ଜୀବନ ହାରୁଥିବା ଲେଖିଥିବା ଜଣାପଡ଼ିଛି । କୁମ୍ଭାରପଡ଼ା ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।

ବଡ଼ଶଙ୍ଖ ଛକ ନିକଟସ୍ଥ ଏଚ୍‌ଆର୍‌ ଲଜ୍‌ର ଏକ ରୁମ୍‌ରେ ଥିବା ଯାତ୍ରୀ କବାଟ ଖୋଲୁନାହାନ୍ତି ବୋଲି ଲଜ୍‌ର କର୍ମଚାରୀ ଥାନାରେ ଜଣାଇଥିଲେ । କୁମ୍ଭାରପଡ଼ା ଥାନା ପୁଲିସ ସେଠାରେ ପହଞ୍ଚି କବାଟ ଭାଙ୍ଗି ରୁମ୍‌ ଭିତରେ ପଶିଥିଲେ । ରୁମ୍‌ ଭିତରେ ଜଣେ ଯୁବତୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଜୟନ୍ତରା ଗ୍ରାମର କଳ୍ପତରୁ ମହାନ୍ତିଙ୍କ ଝିଅ । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଗଙ୍ଗନଗରରେ ରହୁଥିଲେ। ତାଙ୍କ ବେକରେ ତାଙ୍କର ଓଢ଼ଣି ବନ୍ଧା ହୋଇଥିବା ବେଳେ ବାମ ହାତର କଚଟିକୁ ‌ବ୍ଲେଡ୍‌ରେ କଟାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ, ତାଙ୍କ ହାତରୁ ପ୍ରବଳ ରକ୍ତସ୍ରାବ ବାହାରିଥିବା ଏବଂ ଖଟରେ ପଡ଼ିଥିବାର ଦେଖିବାକୁ ମିଳିଥିଲା ।

ତାଙ୍କ ମୃତଦେହ ନିକଟରେ ଏକ ସୁଇସାଇଡାଲ ନୋଟ୍‌କୁ ପୁଲିସ ଜବତ କରିଥିଲା । ଏଥିରେ ସେ ମାନସିକ ଅସନ୍ତୋଷ ଯୋଗୁ ଆତ୍ମହତ୍ୟା କରଥିବା ଜଣାଇଛନ୍ତି । ସେ ଇଂରାଜୀରେ ଲେଖିଛନ୍ତି ‘ ସମସ୍ତେ ଜାଣିବ, ମୁଁ ଆଉ ବଞ୍ଚିବାକୁ ଚାହୁଁନି । ସବୁବେଳେ ବିଫଳ ହେବାରୁ ବାଧ୍ୟ ହୋଇ ଆତ୍ମହତ୍ୟା କରୁଛି । ମୋର ମୃତ୍ୟୁ ପାଇଁ କେହି ଦାୟୀ ରହିବେ ନାହିଁ । ଏଥିପାଇଁ କାହାକୁ ହଇରାଣ କରାନଯାଉ’ ବୋଲି ସେ ଲେଖିଛନ୍ତି ।