ଏଲନ ମସ୍କଙ୍କ ବ୍ରେନ ଚିପ୍ ଷ୍ଟାଟଅପ ନ୍ୟୁରାଲିିଙ୍କକୁ ମିଳିଲା ଏଫଡିଏର ମଂଜୁରୀ: ଖୁବ ଶିଘ୍ର ମଣିଷ ମସ୍ତିଷ୍କରେ ଚିପ୍ ଲଗାଇ କରାଯିବ ପରୀକ୍ଷଣ

215

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଧନୀବ୍ୟକ୍ତି ଏଲନ ମସ୍କଙ୍କୁ ମିଳିଛି ବଡ ସଫଳତା । ଏଲନ ମସ୍କଙ୍କ ବ୍ରେନ ଚିନ୍ ଷ୍ଟାଟଅପ ନ୍ୟୁରାଲିଙ୍କୁ ଏଫଡିଏ ନୂଆ ଟ୍ରାଏଲ ପାଇଁ ଗ୍ରୀନ ସିଗନାଲ ମିଳିଛି । ମଣିଷଙ୍କ ମସ୍ତିଷ୍କରେ ଚିପ୍ ଲଗାଇବାକୁ ମିଳିଛି ମଂଜୁରି । ନ୍ୟୁଜ ଏଜେନ୍ସ ରଏଟର୍ସର ରିପୋର୍ଟ ଅନୁସାରେ ମସ୍କଙ୍କ କମ୍ପାନୀ କିଛି ଲୋକଙ୍କ ସନ୍ଧାନରେ ରହିଛି । ଯାହାଙ୍କୁ ରିକ୍ୟୁଇଟମେଂଟ ପ୍ରୋସେସ ମାଧ୍ୟମରେ ଭର୍ତି କରାଯିବ । ଏହି ଟ୍ରାଏଲ ସମୟରେ ପାରାଲିସିସ ରୋଗୀ ଉପରେ କରାଯିବ । ବିଶେଷ କରି ଯେଉଁମାନେ ସର୍ଭଇକାଲ ସ୍ପାଇନାଲ କୋର୍ଟ କାରଣରୁ ପାରାଲିସିସରେ ଆକ୍ରାନ୍ତ ଅଛନ୍ତି ସେମାନଙ୍କ ଉପରେ ଟ୍ରାଏଲ କରାଯିବ । ଏହି ଟ୍ରାଏଲ ପାଇଁ ୬ବର୍ଷ ଲାଗିବ । ଅସ୍ତ୍ରୋପଚାର କରାଯାଇ ମଣିଷର ମସ୍ତିଷ୍କରେ ବ୍ରେନ କମ୍ପ୍ୟୁଟର ଇଂଟରଫେସକୁ ପ୍ରତିରୋପଣ କରାଯିବ । ନ୍ୟୁରାଲିଙ୍କର ପ୍ରଥମ ଲକ୍ଷ୍ୟ ରହିବ କିଭଳି ଚିପ ମାଧ୍ୟମରେ କମ୍ପ୍ୟୁଟର କ୍ରସର ଓ କିବୋର୍ଡକୁ ନିୟନ୍ତ୍ରଣ କରାଯିବ । ମସ୍ତିଷ୍କରେ ଥିବା ଚିପ ଏହି କାମ କରିବ । ମେ ମାସରେ ନ୍ୟୁରାଲିଙ୍କକୁ ପ୍ରାଣୀଙ୍କ ଉପରେ ଟ୍ରାଏଲ କରିବାକୁ ମଂଜୁରୀ ମିଳିସାରିଛି । ସେପଟେ ବିଶେଷଜ୍ଞ ଆଶା ରଖିଛନ୍ତି ଏହି ଟ୍ରାଏଲ ସୁରକ୍ଷିତ ଓ ସଫଳ ହେବ ।