କାଦୁଅ ଜମିରେ ଫସିଛି ଗଜରାଜ : ଆଠମଲ୍ଲିକ ରେଞ୍ଜ୍ ଦେଉଳିଝର ଗାଁ ବିଲରେ ପଡିଛି ଅସୁସ୍ଥ ମାଈ ହାତୀ

52

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ରେଞ୍ଜରେ କାଦୁଅରେ ଫସିଯାଇଛି ଗଜରାଜ । ଜିଲ୍ଲାର ଦେଉଳଝରି ନିକଟ ଓଡଗାଁରେ ଅସୁସ୍ଥ ହୋଇ ବିଲରେ ପଡିରହିଛି ମାଈ ହାତୀ । ବନବିଭାଗ ସହାୟତାରେ ଗାଁ ଲୋକେ ହାତୀକୁ ଉଠାଉଛନ୍ତି ।

ଗତ କିଛିଦିନର ବର୍ଷାରେ ବିଲରେ ପାଣି ଭର୍ତ୍ତି ହୋଇ ରହିଛି । ଏହି ସମୟରେ ବିଲ ପାର ହେଉଥିବା ବେଳେ ହାତୀ ଫସିଯାଇଥିବା ଅନୁମାନ କରାଯାଉଛି । ଅସୁସ୍ଥ ହାତୀର ଚିକିତ୍ସା କରାଯାଇ ଏହାକୁ ଜଙ୍ଗଲରେ ଛଡାଯିବ ବୋଲି କହିଛନ୍ତି ସ୍ଥାନୀୟ ରେଞ୍ଜ ଅଧିକାରୀ ।