ହାତୀ ଦେହରେ ଲାଗିଲା ସାଲାଇନ୍, ଦିଆଗଲା ଆଣ୍ଟିବାୟୋଟିକ୍ । ୨ ଦିନ ହେବ ଅସୁସ୍ଥ ଥିଲା ୨୫ ବର୍ଷିୟ ହାତୀ

162

କନକ ବ୍ୟୁରୋ: ଢ଼େଙ୍କାନାଳ ହିନ୍ଦୋଳ ବନାଞ୍ଚଳ ଗୁରିଲୋ ଗାଁ ନିକଟରେ ଏକ ଅସୁସ୍ଥ ଦନ୍ତାର ଚାଲିଛି ଚିକିତ୍ସା । ୨୫ ବର୍ଷିୟ ଦନ୍ତାଟି କେଉଁ କାରଣରୁ ଅସୁସ୍ଥ ହୋଇପଡ଼ିଛି ତାହା ଜଣାପଡ଼ି ନାହିଁ । ଦୁଇ ଦିନ ହେବ ଗୋଟିଏ ଜାଗାରେ ସ୍ଥିର ରହିବାରୁୁ ବନକର୍ମଚରୀମାନେ ହାତୀ ଅସୁସ୍ଥ ଥିବା ଜାଣିବାକୁ ପାଇଥିଲେ । ପରେ ସାତକୋଶିଆ ହାତୀ ବିଶେଷଜ୍ଞଙ୍କ ସହାୟତା ନେଇ ହାତୀକୁ ଟ୍ରାଙ୍କୁଲାଇଜ୍ କରି ତାର ଚିକିତ୍ସା ଜାରି ରହିଛି । ଜଳିୟ ଅଂଶ କମୁଥିବାରୁ ସାଲାଇନ୍ ଓ ଆଣ୍ଟିିବାୟୋଟିକ୍ ଦିଆଯାଇଥିବା ହିନ୍ଦୋଳ ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।