ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବଢ଼ିଲା ଅଡ଼ୁଆ । ସହଯୋଗୀଙ୍କ ଘରେ ଇଡି ଚଢ଼ାଉ, ୧୨ଟି ସ୍ଥାନରେ ରେଡ୍ । 

170

କନକ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ ଘରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମିଡିଆ ପରାମର୍ଶଦାତା ଅଭିଶେକ ପ୍ରସାଦଙ୍କ ରାଞ୍ଚି ସ୍ଥିତ ଘରେ ଚଢ଼ାଉ କରୁଛି ଇଡି । ଅଭିଶେକ ପ୍ରସାଦଙ୍କ ଘର ସମେତ ୧୨ଟି ଭିନ୍ନ ଭିନ୍ନ ଠିକଣାରେ ଚଢ଼ାଉ କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡ୍ରିଂ ମାମଲାରେ ଏହି ଚଢ଼ାଉ ଚାଲିଛି ।