ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୦୨ ନୂଆ ପଜିଟିଭି ଚିହ୍ନଟ, ୫ଜଣଙ୍କ ମୃତ୍ୟୁ ।

143

କନକ ବ୍ୟୁରୋ: ଦେଶରେ ପୁଣି ଉପରମୁହାଁ କରୋନା ମିଟର । ଗତ ୨୪ଘଣ୍ଟାରେ ଦେଶରେ ୬୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୪ଶହ ୪୦ରେ ପହଂଚିଛି ।