ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଇଡିର ନୂଆ ଦାବି । ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇବାକୁ ନିଜ ସ୍ୱାସ୍ଥ୍ୟ କରୁଛନ୍ତି ଖରାପ

89

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡିର ନୂଆ ଦାବି । ଆଜିର ଶୁଣାଣୀରେ ଇଡି କୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛି । ଇଡି କହିଛି ଟାଇପ ଟୁ ଡାଏବେଟିସ ଥିବା ସତ୍ୱେ କେଜ୍ରିୱାଲ ତେଲ ଜାତୀୟ ଖାଦ୍ୟ, ଆଳୁ, ମିଠା ଓ ଆମ୍ବ ଖାଉଛନ୍ତି । ଜାମିନ ପାଇବା ଉଦ୍ଦେଶ୍ୟ ରଖି ବାରଣ କରାଯାଇଥିବା ଖାଦ୍ୟ କେଜ୍ରିୱାଲ ଖାଉଛନ୍ତ । ଇଡି ପକ୍ଷ ଓକିଲ ଜୋହେବ ହୁସେନ ଶୁଣାଣୀ ସମୟରେ ଏଭଳି ଦାବି କରିଛନ୍ତି । ସେପଟେ କେଜ୍ରିୱାଲଙ୍କ ଓକିଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଘର ପରିବାର ସହ କେଜ୍ରିୱାଲଙ୍କୁ ଦୂରେଇ ରଖିବାକୁ ଇଡି ଏଭଳି ଅଭିଯୋଗ କରୁଥିବା ସେ କହିଛନ୍ତି । କୋର୍ଟରେ ତଥ୍ୟ ରଖିବା ପାଇଁ ଇଡି ତିହାର ଜେଲଠୁ କେଜ୍ରିୱାଲଙ୍କ ପ୍ରତିଦିନର ଖାଦ୍ୟ ବିବରଣୀ ମାଗିଥିଲା । ଭିିଡିଓ କନଫେରେନ୍ସରେ ପ୍ରତିଦିନ ସ୍ୱାସ୍ଥ୍ୟ ଯାଂଚ ପାଇଁ କେଜ୍ରିୱାଲ ଯେଉଁ ଆବେଦନ କରିଥିଲେ ତା ଉପରେ ଆଜି ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ ଶୁଣାଣୀ କରିଥିଲେ । ପରବର୍ତୀ ଶୁଣାଣୀ ୧୯ ତାରିଖରେ କରିବେ କୋର୍ଟ ।