ସୋସିଆଲ ମିଡିଆରେ ପ୍ରକାଶିତ ଖବରକୁ ନେଇ କ୍ଷୋଭ ପ୍ରକାଶ କଲେ ଦୂତି ଚାନ୍ଦ : କହିଲେ, ପରିବାର ଉପରେ ଚାପ ପକାଇ ମତାମତ ଆଣୁଛନ୍ତି ଗଣମାଧ୍ୟମ ପ୍ରତିନିଧି

329

କନକ ବ୍ୟୁରୋ : ଦୁଇ ଦୁଇଥର ଅଲିମ୍ପିକରେ ଭାଗ ନେଇ ଦେଶପାଇଁ ଗୌରବ ଆଣିଥିବା ଓଡିଆ ସ୍ପ୍ରିଂଟର ଦୂତି ଚାନ୍ଦ ଏଥର ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସାମ୍ବାଦିକ ଧମକାଇ ଟଙ୍କା ମାଗୁଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଦୂତି ।

ସେ କହିଛନ୍ତି ମୋ ବାପା, ମା’ଙ୍କୁ ବାଧ୍ୟକରି ମୋ ବିରୋଧରେ ଖବର ସଂଗ୍ରହ କରିଛନ୍ତି ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସାମ୍ବାଦିକ । ସେହି ଖବରକୁ ପ୍ରସାରିତ କରିବାର ଭୟ ଦେଖାଇ ଏକ ଲକ୍ଷ ଟଙ୍କା ଲାଂଚ ମାଗୁଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଦୂତି । ଏପରିକି ତାଙ୍କ ବାପା ମାଙ୍କ ପାଖରେ ବିନା ମାସ୍କରେ ବସି ଖବର ସଂଗ୍ରହ କରିବାକୁ ନିନ୍ଦା କରିଛନ୍ତି ଦୂତି ।