ଶୀତ ଦିନରେ ବି ଗାଁରେ ପିଇବା ପାଣି ସମସ୍ୟା । ଅଚଳ ଷ୍ଟାଣ୍ଡ ପୋଷ୍ଟ , ପୋତି ହୋଇଗଲାଣି ପାଣି ପାଇପ୍

67

କନକ ବ୍ୟୁରୋ: ଶୀତ ଦିନରେ ବି ଗାଁରେ ପିଇବା ପାଣିର ସମସ୍ୟା । ଗାଁ ସାରା ପାଇପ୍ ବିଛାଯାଇଛି । ନିର୍ଦ୍ଦିଷ୍ଟ ଦୂରତାରେ ରହିଛି ପ୍ରକଳ୍ପର ଷ୍ଟାଂଡ ପୋଷ୍ଟ ସବୁ । ତା ସହିତ ଗାଁରେ ପାଣି ଯୋଗାଇବାକୁ ତିଆରି ହୋଇଛି ଓଭର ହେଡ ଟ୍ୟାଙ୍କ । ହେଲେ ଏସବୁ କାମରେ ନଲାଗି ଅଦରକାରୀ ହୋଇପଡ଼ିଛି । ଦୀର୍ଘ ଆଠ ମାସ ହେଲା ସବୁ ଅଚଳ ହୋଇପଡ଼ିଛି । ତେଣୁ ଗାଁର ଲୋକଙ୍କୁ ମିଳୁନି ପିଇବାପାଣି । ଏପରି ଖବର ଆସିଛିି ସୁବର୍ଣ୍ଣପୁରର ଜନମୁରା ପଞ୍ଚାୟତରୁ । ଯେଉଁଠି ସବୁ ଥାଇ ବି ପାଣି ଟୋପାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ପ୍ରାୟ ୫ଖଣ୍ଡ ଗାଁର ଲୋକେ ପାଣି ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ଲକ୍ଷାଧିକ ଟଙ୍କାର ପାଣି ଟାଙ୍କି ଥିଲେ ବି ପାଖରେ ରେଲୱ କାମ ଚାଲୁଥିବାରୁ ପାଇପ୍ ସବୁ ପୋତି ହୋଇଯାଇଛି । ତା ସହିତ ବିଦ୍ୟୁତ ସଂଯୋଗ ମଧ୍ୟ ବନ୍ଦ ରହିଛଇ । ଯାହା ପାଇଁ ପାଣି ସଂଯୋଗ ବି ହୋଇପାରୁନି । ସମସ୍ୟା ନେଇ ବହବୁାର ଜଣାଯାଇଥିଲେ ବି କୌଣସି ସମାଧାନ ହୋଇପାରିନି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି ।