ପଦାରେ ପଡିଲା ଚୀନର ଚାଲ୍: ଗୋଟେ ପଟେ ଆଲୋଚନା, ଅନ୍ୟପଟେ ଲଦାଖ ନିକଟରେ ସମରାଭ୍ୟାସ କରୁଛି ଡ୍ରାଗନ

114

କନକ ବ୍ୟୁରୋ: ଏଲଏଏସିକୁ ନେଇ ଭରତ ଓ ଚୀନ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ପୁଣି ଥରେ ସୀମା ନିକଟରେ ଡ୍ରାଗନ ଏଭଳି କିଛି କାମ କରିଛି ଯାହା ଭାରତର ଚିନ୍ତାକୁ ବୃଦ୍ଧି କରିଛି । ଲଦାଖ ପ୍ୟାଙ୍ଗୋଙ୍ଗ ହ୍ରଦ ପାଖରେ ଚୀନ ପିପୁଲସ ଲିବରେସନ ଆର୍ମି ସେନାଭ୍ୟାସ କରୁଥିବା ଜଣାପଡିଛି । ଏହି ଖବର ସମ୍ବନ୍ଧିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ପୂର୍ବ ଲଦାଖ ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ତିକ୍ତତାପୂର୍ଣ୍ଣ ପରିସ୍ଥିତି ଜାରି ରହିଛି । କିଭଳି ଏହି ବିବାଦର ସମାଧାନ ମିଳିବ ସେ ନେଇ ବାରମ୍ବାର ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ବସୁଛି । ଗୋଟେ ପଟେ ଚୀନ ଆଲୋଚନା ମାଧ୍ୟରେ ସମାଧାନ ବାହାର କରିବା ପାଇଁ ନିଜର ଆଗ୍ରହ ଦେଖାଉଛି ଅନ୍ୟପଟେ ଏଲଏସିରେ ନିକଟରେ କରୁଛି ସେନଭ୍ୟାସ । ପାଙ୍ଗୋଙ୍ଗୋ ନିକଟରେ ଥିବା ତ୍ରୋସ ହ୍ରଦ ନିକଟରେ ଡ୍ରାଗନ ଯୁଦ୍ଧାଭ୍ୟାସ କରୁଥିବା ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କିଭଳି ହ୍ରଦ ଉପର ଦେଇ ଉଡିବୁଲୁଛି ଚୀନ ସେନା ଲଢୁଆ ହେଲିକପ୍ଟର । ସବୁଠୁ ଚିନ୍ତାର କଥା ହେଉଛି ଚୀନ ଏହି ହ୍ରଦ ଉପରେ ପୋଲ ନିର୍ମାଣ କରୁଥିବାର ଏକ ସାଟେଲାଇଟ ଫଟୋ କିଛି ଦିନ ପୂର୍ବରୁ ଜାରି ହୋଇଥିଲା ।

ଏଠାରେ ପୋଲ ନିର୍ମାଣ ପଛରେ ଚୀନର ଏକ ବଡ ଯୋଜନା ରହିଛି । ଭବିଷ୍ୟତରେ ଯଦି ପ୍ୟାଙ୍ଗୋଙ୍ଗ ହ୍ରଦକୁ ନେଉ ଚୀନ ଓ ଭାରତ ମୁହାଁମୁହିଁ ହେବେ ତେବେ ସଫଳତା ପାଇଁ ଏହି ପୋଲ ଚୀନ ପାଇଁ ବଡ ସହାୟକ ସାବ୍ୟସ୍ତ ହେବ ।

ଚୀନର ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଭାରତ ମଧ୍ୟ ବେଶ ସଜାଗ ରହିଛି । ଭାରତୀୟ ବାୟୁସେନା ମୁଖ୍ୟ ଏୟାରମାର୍ଶଲ ବିଆର ଚୌଧୁରୀ ନିକଟରେ ଚୀନର ହରକତକୁ ନେଇ ବଡ ବୟାନ ରଖିଥିଲେ । ସେନା ମୁଖ୍ୟ କହିଥିଲେ ଏଲଏସି ଉପରେ ଭାରତର କଡ଼ା ନଜର ରହିଛି । ଆଲର୍ଟରେ ସେନାକୁ ରଖାଯାଇଛି । ଆବଶ୍ୟକ ପଡିଲେ ମୁହୁର୍ତକ ମଧ୍ୟରେ ଶ୍ରତ୍ରୁ ପକ୍ଷକୁ ମାତ ଦେବାରେ ଭାରତର ୩ ସେନା ସମ୍ପୂର୍ଣ୍ଣ ସକ୍ଷମ ଓ ପ୍ରସ୍ତୁତ ଅଛନ୍ତି ।

୨୦୨୦ରେ ଗଲୱାନ ଘାଟି ହିଂସା ପରେ ଭାରତ ଓ ଚୀନ ମଧ୍ୟ ସବୁଠୁ ବଡ ବିବାଦ ସୃଷ୍ଟି ହୋଇଥିଲା । ଏହି ସଂର୍ଘଷରେ ଉଭୟ ଦେଶର ଅନେକ ସେନା ପ୍ରାଣହାନି ହୋଇଥିଲା । ଘଟଣା ପରୁଠୁ ବିବାଦର ସମାଧାନ ପାଇଁ ୧୬ ଥର ବୈଠକ ହୋଇଥିଲେ ମଧ୍ୟ କୌଣସି ନିର୍ଷ୍କସ ବାହାରିପାରିନି । ଅନ୍ୟପଟେ ସୀମାରେ ଉଭୟ ଭାରତ ଓ ଚୀନର ପ୍ରାୟ ୬୦ହଜାର ସୈନିକ ମୃତୟନ ଅଛନ୍ତି ।ଏଭଳି ସ୍ଥିତିରେ ଚୀନ ପୁଣି ଥରେ ସୀମା ନିକଟରେ ଯୁଦ୍ଧାଭ୍ୟାସ କରିବା ପରେ ଅଧିକ ସଜାଗ ହୋଇପଡିଛି ଭାରତୀୟ ସେନା ।