ପୁଣି ଗ୍ରାହକଙ୍କ ମୁଣ୍ଡରେ ମହଙ୍ଗା ମାଡ । ଆଜିଠାରୁ ବଢିଲା ଘରୋଇ LPG ଦର ।

408

କନକ ବ୍ୟୁରୋ: ପୁଣି ବଢିଲା ଘରୋଇ ଏଲପିଜି ଦର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି । ଏହି ନୂଆ ଦର ଆଜିଠୁ ଲାଗୁ ହୋଇଛି । ଏହି ଦରପରେ ଆସନ୍ତୁ ଜାଣିବା ଏଲପିଜିର କେଉଁଠି କେତେ ଦର ରହିଛି ।

କ୍ରମାଗତ ଭାବେ ବଢିଚାଲିଛି ଘରୋଇ ଇନ୍ଧନ ଦର । ୫ ଲିଟର ସିଲିଣ୍ଡର ପିଛା ୧୮ଟଙ୍କା ବଢିଥିବାବେଳେ ୧୯ ଲିଟରର କମର୍ସିଆଲ ସିଲିଣ୍ଡର ପିଛା ୮ଟଙ୍କା ୫୦ ପଇସା ବଢିଛି । ଆଜିଠାରୁ ସିଲିଣ୍ଡର ପିଛା ୫୦ ଟଙ୍କା ବଢିବା ପରେ ଦିଲ୍ଲୀରେ ଏଲପିଜି ଦର ୧୦୫୦ଟଙ୍କା ହୋଇଛି । କୋଲକାତାରେ ନୂଆ ଦର ରହିଛି ୧୦୭୯ଟଙ୍କା । ସେହିପରି ଚେନ୍ନାଇରେ ଆଜିଠାରୁ ବର୍ଦ୍ଧିତ ଦର ରହିଛି ୧୦୬୮ଟଙ୍କା ।ତେବେ ବର୍ଷକ ମଧ୍ୟରେ ଘରୋଇ ସିଲିଣ୍ଡର ଦର ୮୩୪ ଟଙ୍କାରୁ ବଢି ୧୦୫୩ଟଙ୍କାରେ ପହଞ୍ଚିଛି ।