ଭାରତୀୟ ବାୟୁସେନାରେ ନୂଆ ଇତିହାସ ସୃଷ୍ଟି କଲେ ବାପା-ଝିଅ

169

କନକ ବ୍ୟୁରୋ : ଏକାଠି ଯୁଦ୍ଧ ବିମାନ ଉଡାଇ ଇତିହାସ ସୃଷ୍ଟି କଲେ ବାପା-ଝିଅ । ଏୟାର କମୋଡର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ତଥା ଫ୍ଲାଇଙ୍ଗ ଅଫିସର ଅନନ୍ୟା ଶର୍ମା ଭାରତୀୟ ବାୟୁସେନା ଇତିହାସରେ ନୂଆ ଅଧ୍ୟାୟ ଯୋଡିଛନ୍ତି । ଦେଶର ପ୍ରଥମ ବାପା ଝିଅ ଭାବେ ଏମାନେ ଏହି ବିରଳ କୃତିତ୍ୱ ହାସଲ କରିଛନ୍ତି । ବାୟୁସେନାର ଫାଇଟର ପାଇଲଟ୍ ଥିଲେ ସଞ୍ଜୟ ।

ବଡ଼ ହେଲା ବାପାଙ୍କ ପରି ହେବେ ବୋଲି ସ୍ୱପ୍ନ ଦେଖିଥିଲେ ଝିଅ ଅନନ୍ୟା । ଶେଷରେ ସେ ତାଙ୍କ ସ୍ୱପ୍ନ ସାକାର କରିଛନ୍ତି । ୨୦୨୨ ମେ’ ୩୦ ତାରିଖରେ ଏୟାରଫୋର୍ସ ଷ୍ଟେସନ ବିଦାରଠାରେ ଦୁଇ ଜଣ ହକ୍-୧୩୨ ବିମାନ ଉଡାଇଥିଲେ । ୨୦୧୬ରେ ଅନନ୍ୟା ପ୍ରଥମ ମହିଳା ପାଇଲଟ୍ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ । ୨୦୨୧ ଡିସେମ୍ବରରେ ଫାଇଟର ପାଇଲଟ୍ ଭାବେ ସେନାରେ ଯୋଗ ଦେଇଥିଲେ ।