ଭୋକିଲାଙ୍କ ପାଇଁ ଡାକ୍ତର ଖୋଲିଲେ ଫୁଡ୍ ଏଟିଏମ ! ମାଗଣାରେ ମିଳୁଛି ବିରିୟାନୀ, ସ୍ୟାଣ୍ଡଉଇଚ

46

କୁହାଯାଏ ଅନ୍ନଦାନ ମହାପୁଣ୍ୟ । ଭୋକିଲା ଲୋକକୁ ଖାଇବାକୁ ଦେଲେ ପୂଣ୍ୟ ଅର୍ଜନ ହୋଇଥାଏ । ଭାରତରେ ଲୋକ ଖାଇବା ଫୋପାଡୁଥିବା ଥିବା ବେଳେ ଅନେକ ଲୋକ ଉପାସରେ ଶୋଇଥାନ୍ତି । ଏପରିକି ବିିଭିନ୍ନ ସମୟରେ ଅନାହାରରେ ମୃତ୍ୟୁ ଭଳି ଘଟଣା ସାମ୍ନାକୁ ଆସିଛି । ଏକ ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରତିଦିନ ପାଖାପାଖି ୩୦ କୋଟି ଲୋକ ଖାଇବାକୁ ନ ପାଇ ଭୋକିଲା ପେଟରେ ଦିନଦିନ ରହି ଯାଇଥାଆନ୍ତି। କେହି କେହି ତ ଭୋକ ସମ୍ଭାଳି ନପାରି ପେଟର ଓଦା କନା ଦେଇ ଶୋଇବାର ଦୃଶ୍ୟ ବି ଅନେକ ଥର ସାମ୍ନାକୁ ଆସିଛି।ତେବେ ଏହି ଭୋକିଲା ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଗେଇ ଆସିଛନ୍ତି ତାମିଲନାଡୁର ଅସ୍ଥି ବିଶାରଦ ଫାତିମା ଜୈସମିନ୍ । ସେ ଏବେ ଭୋକିଲା ଲୋକଙ୍କ ପାଇଁ ଦେବୀ ଭାବେ ଉଭା ହୋଇଛନ୍ତି । କେବଳ ଭୋକିଲା ଲୋକଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ସ୍ଥାପନ କରିଛନ୍ତି ଏକ ଫୁଡ୍ ଏଟିଏମ୍ । ଡାକ୍ତର ଇଶା ଫାତିମା ଜୈସମିନ୍ ଅଗଷ୍ଟ ୨୦ ତାରିଖରେ ଚେନ୍ନାଇର ବେସନ୍ତ ନଗରରେ ଖାଦ୍ୟ ପଦାର୍ଥ ନଷ୍ଟକୁ ନିୟନ୍ତ୍ରଣ କରିବା ତଥା ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏକ ସମୁହିକ ଫ୍ରିଜର ଶୁଭାରମ୍ଭ କରିଛନ୍ତି।

chennai-community-fridge-759ଅକ୍ଟୋବର ୧୬ ହେଉଛି ‘ବିଶ୍ୱ ଖାଦ୍ୟ ଦିବସ’। ସେଦିନ ଇଶା ଏହି ଫ୍ରିଜର ଶୁଭାରମ୍ଭ କରିବା ସହିତ #happyplatechennai ନାମରେ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ। ଇଶା ଏହି ଅଭିଯାନରେ ଖାଦ୍ୟର ଅପବ୍ୟବହାର ସମ୍ପର୍କରେ ଲୋକମାନଙ୍କୁ ଜାଗୃତ କରିବା ପାଇଁ କରିଥିଲେ ବୋଲି କହନ୍ତି। ଇଶାଙ୍କ ଏହି ଅଭିଯାନ ପରେ ଅନେକ ଲୋକ ଭୋକିଲା ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏହି ଫ୍ରିଜ୍କୁ ବିଭିନ୍ନ ରକମର ଖାଦ୍ୟ ଫଳଠାରୁ ଆରମ୍ଭ କରି ସ୍ୟାଣ୍ଡଉଇଚ ଆଦି ଦେଉଛନ୍ତି। ଏକ ହୋଟେଲ ସ୍ୱଇଚ୍ଛାରେ ଭୋକିଲା ଲୋକଙ୍କୁ ବିରିୟାନି ବି ଯୋଗାଇ ଥାଏ ଏହି ଫ୍ରିଜ୍ ଜରିଆରେ।

ତେବେ ଭୋକିଲା ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ ଅଗଷ୍ଟ ୨୦ରେ ଆରମ୍ଭ ହୋଇଥିବା ଏହି ଫ୍ରିଜର ଶୁଭାରମ୍ଭ କରିଥିବା ଡାକ୍ତର ଫତିମାଙ୍କୁ ଅନେକ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଫ୍ରିଜ ସେ ଯେଉଁ ଲକ୍ଷ୍ୟ ରଖି ଶୁଭାରମ୍ଭ କରିଥିଲେ ସେଥିରେ ସଫଳତା ହାସଲ କରି ସାରିଲେଣି ଫତିମା।