ଦୁର୍ଘଟଣା ପଛରେ ଅପରାଧିକ କାର୍ଯ୍ୟ ନେଇ ରହିଛି କି ସନ୍ଦେହ? ସିବିଆଇ ତଦନ୍ତରେ ସାମନାକୁ ଆସିବ କି ସତ?

549

କନକ ବ୍ୟୁରୋ: ବାହାନାଗା ରେଳ ଦୁର୍ଘଟଣାରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ସୁପାରିଶ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସାଧାରଣତଃ ସିବିଆଇ ତଦନ୍ତ ଅପରାଧିକ ମାମଲାରେ ହୋଇଥାଏ । ଯାନ୍ତ୍ରିକ କିମ୍ବା ମନୁଷ୍ୟକୃତ ତ୍ରୁଟିରେ ଏଭଳି ହୋଇନଥାଏ । ଦୁର୍ଘଟଣା ପଛରେ ଅପରାଧିକ କାର୍ଯ୍ୟ ଅଛି କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି, ଦୁର୍ଘଟଣା ପଛରେ ଯାନ୍ତ୍ରିକ ତ୍ରୁଟି ରହିଛି ନା ଅବହେଳା । ନା ଏହା ପଛରେ ରହିଛି କୌଣସି ଷଡଯନ୍ତ୍ର । କଂଗ୍ରେସ କହିଛି, ସିବିଆଇ ତଦନ୍ତ ସୁପାରିଶ ଅନେକ ସନ୍ଦେହ ସୃଷ୍ଟି କରିଛି । ଆଉ ଏହାକୁ ଖଣ୍ଡନ କରିଛି ବିଜେପି ।

ଇଲେକ୍ଟ୍ରେନିକ ଇଂଟରଲକିଂ ସିଷ୍ଟମର ପରିବର୍ତନ ଯୋଗୁଁ ଦୁର୍ଘଟଣା ଘଟିଛି, ଏଥିପାଇଁ ଯିଏ ଦୋଷୀ ଜଣାପଡିଛି ବୋଲି ରବିବାର ସକାଳେ କହିଥିଲେ ରେଳମନ୍ତ୍ରୀ । କିନ୍ତୁ ସଂଧ୍ୟାରେ ସିବିଆଇ ତଦନ୍ତ ପାଇଁ ରେଲୱେ ବୋର୍ଡ ସୁପାରିସ କରିଥିବା କହିଥିଲେ ଅଶ୍ୱିନୀ ବୈଷ୍ଣବ । ଯାହା ଭିନ୍ନ ଦିଗ ପ୍ରତି ଇଂଗିତ କରୁଛି । କାରଣ ସିବିଆଇ ତଦନ୍ତ ଅପରାଧିକ ମାମଲାରେ ହୋଇଥାଏ । ଯାତ୍ରୀକ ତ୍ରୁଟି, ମଣିଷକୃତ ତ୍ରୁଟି, ଦାୟିତ୍ୱରେ ଅବହେଳା ଅଭିଯୋଗରେ ସିବିଆଇ ତଦନ୍ତର ଉଦାହରଣ ନାହିଁ । ତେଣୁ ପ୍ରଶ୍ନ ଉଠୁଛି –

ତେବେ ରେଳମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଘେରିଛି କଂଗ୍ରେସ । ପ୍ରେସମିଟ୍ କରି କଂଗ୍ରେସ କହିଛି, ଚତୁରତାର ସହ ସିବିଆଇ ତଦନ୍ତ ସୁପାରିସ ସଂଦେହ ସୃଷ୍ଟି କରୁଛି । ବିଭାଗର ଅବହେଳା ପାଇଁ ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଦଳ । ତେବେ ଏହାକୁ ଖଣ୍ଡନ କରିଛି ବିଜେପି । କିନ୍ତୁ ସିବିଆଇ ତଦନ୍ତଙ୍କୁ ସ୍ୱାଗତ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଦୁର୍ଘଟଣା ନା ଷଡ଼ଯନ୍ତ୍ର?
କଣ ସଂଦେହ କରୁଛି ରେଳ ବିଭାଗ?
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ପରଦିନ ପ୍ରଧାନମନ୍ତ୍ରୀ କହିଥିଲେ ଏଥିପାଇଁ ଯିଏ ଦୋଷୀ, କାହାରିକୁ ଛଡ଼ା ଯିବନି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ସମାନ କଥା ଦୋହରାଇଥିଲେ । ଆଜି ଦୁର୍ଘଟଣାସ୍ଥଳରେ ପହଁଚି ରେଳବାଇ ସେଫ୍ଟି ଚିଫ୍ କମିଶନର ଶୈଳେଶ ପାଠକ କହିଛନ୍ତି କେହି ଦୋଷୀ ବର୍ତିପାରିବେନି । ଏହିସବୁ କଥାକୁ ଯୋଡ଼ିଲେ ଜଣାପଡୁଛି ଯେ ରେଳ ବିଭାଗ ସଂଦେହ କରୁଛି ଯେ କାହାର ତ୍ରୁଟି ଯୋଗୁଁ ହୋଇଛି ଏତେ ବଡ଼ ଦୁର୍ଘଟଣା ।

ତେବେ ପ୍ରଶ୍ନ ଉଠୁଛି,
ଦୁର୍ଘଟଣା ପାଇଁ ଦାୟୀ କିଏ?
ଯାନ୍ତ୍ରୀକ ତ୍ରୁଟି – ଅବହେଳା – ଷଡ଼ଯନ୍ତ୍ର?
ଇଲେକ୍ଟ୍ରେନିକ ଇଂଟରଲକିଂ ସିଷ୍ଟମରେ ପରିବର୍ତ୍ତନ ପଛରେ ରହିଥିଲା କି ମନ୍ଦ ଉଦ୍ଦେଶ୍ୟ?
ଏସବୁ ପ୍ରଶ୍ନର ଉତର ନମିଳିବା ପର୍ଯ୍ୟନ୍ତ ଏହି ଭୟଙ୍କର ଦୁର୍ଘଟଣା କାହିଁକି ହେଲା, କାହାର ତ୍ରୁଟି ଯୋଗୁଁ ଅକାଳରେ ଏତେ ଲୋକଙ୍କ ଜୀବନ ଗଲା, ଏହା ରହସ୍ୟ ଘେରରେ ରହିଯିବ ।