ବୃଦ୍ଧା ମାଆଙ୍କୁ ପଚାରିଲେନି ପୁଅ-ବୋହୂ। ୩ କିଲୋମିଟର ଚାଲି ଚାଲି ଯାଇ ଅସ୍ତରଙ୍ଗ ଥାନାରେ ପହଞ୍ଚିଲେ ମୁଣ୍ଡୁକି ଗାଁର ୭୦ ବର୍ଷିୟ ବୃଦ୍ଧା

256

କନକ ବ୍ୟୁରୋ: ବାପା-ମାଆଙ୍କ ଋଣ କେହି କେବେ ଶୁଝିପାରିବେ ନାହିଁ । ସେମାନଙ୍କ ପାଇଁ ଯେତେକଲେ ବି ସେମାନଙ୍କ ତ୍ୟାଗ ଆଗରେ ସବୁ କମ୍ ପଡିବ । ହେଲେ ଏବେ ଏମିତି କିଛି ଖବର ଆସୁଛି ଯାହା ସଭ୍ୟ ସମାଜକୁ ଆନ୍ଦୋଳିତ କରୁଛି । ବାପା-ମାଆ ବୟସରେ ଅପରାହ୍ଣରେ ପହଞ୍ଚିବା ପରେ ପିଲାମାନଙ୍କ ପାଇଁ ସେମାନେ ଅଲୋଡା ପାଲଟିଯାଉଛନ୍ତି । ଯଦିଓ ସମସ୍ତେ ସେମିତି ନୁହଁନ୍ତି, କିନ୍ତୁ କିଛି ଲୋକଙ୍କ ପାଇଁ ବୁଢା ବାପା-ମାଆଙ୍କୁ ବୃଦ୍ଧାଶ୍ରମକୁ ଯିବାକୁ ପଡୁଛି । ଆଉ କିଛି ବାପା-ମାଆ ପରିଣତ ବୟସରେ ଥାନାର ଦ୍ୱାରସ୍ଥ ହେଉଛନ୍ତି । ଆଉ ସେମିତି ଜଣେ ଅସହାୟ ବୃଦ୍ଧା ମାଆ ସାମ୍ନାକୁ ଆସିଛନ୍ତି । ଯିଏ ପୁଅ-ବୋହୂଙ୍କ ନିର୍ଯାତନା ସହି ନପାରି ଘରୁ ଚାଲି ଆସିଛନ୍ତି । ହାତରେ ଗୋଟିଏ ଅଭିଯୋଗ ପତ୍ର ଧରି ଚାଲି ଚାଲି ଥାନାକୁ ଯାଉଛନ୍ତି ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାକୁ ଯାଉଛନ୍ତି ମୁଣ୍ଡୁକି ଗାଁର ୭୦ ବର୍ଷିୟ ବୃଦ୍ଧା । ବୃଦ୍ଧା ଜଣଙ୍କ କାନ୍ଦି କାନ୍ଦି ବାଟରେ ଚାଲିଚାଲି ଯାଉଥିବା ବେଳେ ଆମ ଅସ୍ତରଙ୍ଗ ପ୍ରତିନିଧିଙ୍କ ନଜର ପଡିଥିଲା । ବୁଢୀ ମାଉସୀ ଜଣଙ୍କ କାହିଁକି କାନ୍ଦୁଛ ବୋଲି ପଚାରିବାକୁ ସେ ଯାହା କହିଲେ, ତାହା ଶୁଣିଲେ ଜଣେ ମାଆ ଚିନ୍ତା କରିବ ପୁଅ ଜନ୍ମ କରି କଣ ସେ ଭୁଲ କରିଛନ୍ତି କି ?