ଚର୍ଚ୍ଚାରେ ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ଟାର୍ଗେଟ; କହିଲେ …

1,443

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି । ଲେଖିଛନ୍ତି, ସୁବାସ ଚୌହ୍ୱାନଙ୍କୁ ବଳି ପକାଇବା ପରେ ରାଜାସାହେବ ବା ନୀତେଶ ଗଙ୍ଗଦେବଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ଅପମାନିତ କରି ବଳି ପକାଇବାକୁ ଚାହୁଁଛନ୍ତି ।

ସେହିପରି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଟାର୍ଗେଟ୍ କରି ଅରୁନ୍ଧତୀ ଦେବୀ ଆଉ ଏକ ପୋଷ୍ଟ କରିଛନ୍ତି । ଏଥିରେ ତାଙ୍କ ପାରିବାରିକ ବିବାଦ ସମ୍ପର୍କରେ ମିଥ୍ୟା ଅଭିଯୋଗ ନଲଗାଇବା ଓ ତାଙ୍କ ସ୍ୱାମୀଙ୍କୁ କୁଚକ୍ରୀ ଗୋଷ୍ଠୀରୁ ବଞ୍ଚାଇବା ପାଇଁ କୌଣସି ଦଳର ପ୍ରାଥମିକ ସଦସ୍ୟତା ଆବଶ୍ୟକ ନୁହେଁ ବୋଲି କହିଛନ୍ତି । ଏସଂପର୍କରେ ସାଂସଦ ନୀତେଶ ଗଙ୍ଗଦେବଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।