ଅର୍ଚ୍ଚନା ନାଗଙ୍କ ସହ ବିଜେଡି ନେତା : ସାମ୍ନାକୁ ଆସିଲା ଏକାଠି ବସି ଖାଇବାର ଫଟୋ

860

କନକ ବ୍ୟୁରୋ : ଏହାରି ଭିତରେ ଆଉ ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଏଥିରେ ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ରହିଛନ୍ତି । ଏମାନଙ୍କ ସହ ଅଛନ୍ତି କଳାହାଣ୍ଡିର ଦୁଇ ଜଣ ନେତା । ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ ଓ ପୂର୍ବତନ ଯୁବ ବିଜେଡି ସଭାପତି ପ୍ରମୋଦ ପଟ୍ଟନାୟକ । ଏମାନେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ବସି ଡିନର କରୁଛନ୍ତି ।

ଅର୍ଚ୍ଚନାଙ୍କ ଭୁବନେଶ୍ୱର ସତ୍ୟବିହାର ଘର ଡାଇନିଂରେ ଏକାଠି ବସି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୁଇ ନେତା ଭୁବନେଶ୍ୱର ଆସିଥିବା ବେଳେ ଅର୍ଚ୍ଚନାଙ୍କ ଘରକୁ ଯାଇଥିଲେ । ଏକାଠି ବସି ଡିନର ଖାଇଥିଲେ । ହେଲେ ଏହି ଫଟୋ କେବେର ତାହା ଜଣାପଡ଼ିନାହିଁ । ଏବେ ଫଟୋ ଭାଇରାଲ ହେବା ପରେ ଦୁଇ ନେତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।