ରେଳ ବିଭାଗର ଆଇ-ଟିକେଟ ଓ ଇ-ଟିକେଟ ମଧ୍ୟରେ କଣ ରହିଛି ପାର୍ଥକ୍ୟ ? ଇ-ଟିକେଟ କରିଥିବା ଯାତ୍ରୀଙ୍କ ପାଇଁ କଣ ରହିଛି ବାଧ୍ୟତାମୂଳକ ? କିଭଳି ପାଇବେ ଇ-ଟିକେଟ ?

908

କନକ ବ୍ୟୁରୋ : ପ୍ରତିଦିନ ଭାରତୀୟ ରେଳବାଇ ଦ୍ୱାରା ଲକ୍ଷ ଲକ୍ଷ ଯାତ୍ରୀ ଯାତ୍ରା କରିଥାନ୍ତି । ଭାରତୀୟ ରେଳ ସମଗ୍ର ବିଶ୍ୱରେ ବେଶ୍ ପରିଚିତ । ଭାରତୀୟ ରେଳର ଦ୍ରୁତଗତି ଓ ଯାତ୍ରୀମାନଙ୍କ ପାଇଁ ଶସ୍ତା ଟିକେଟ ଲୋକଙ୍କୁ ଟ୍ରେନଯାତ୍ରା ପାଇଁ ଉତ୍ସାହିତ କରିଥାଏ । ଅନ୍ୟଦେଶ ମାନଙ୍କ ତୁଳନାରେ ଭାରତୀୟ ରେଳର ସମ୍ପ୍ରସାରଣ ସବୁଠାରୁ ବଡ । ପ୍ରତିଦିନ ଟ୍ରେନ୍ ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଟ୍ରେନ୍ରେ ଟିକେଟ୍ କରିବା ବାଧ୍ୟତାମୂଳକ । ଟ୍ରେନ୍ ରେ ଏସି କୋଚ୍ , ସୁପରଫାଷ୍ଟ , ଲୋକାଲ, ଏକ୍ସପ୍ରେସ୍ ଭଳି ଅନେକ ଟ୍ରେନ୍ ରହିଛି ଏବଂ ପ୍ରତି ଟ୍ରେନ୍ର ଟିକେଟ୍ ମୂଲ୍ୟ ଭିନ୍ନ ଭିନ୍ନ   । ଯାତ୍ରୀ ମାନେ ଏଥିନିମନ୍ତେ ଅନ୍ଲାଇନ୍ କିମ୍ବା ଅଫ୍ଲାଇନ୍ ମାଧ୍ୟମରେ ଟିକେଟ୍ କରିପାରିବେ । ଆପଣ ଇ-ଟିକେଟ୍ କିମ୍ବା ଆଇ-ଟିକେଟ୍ ଆକାରରେ ଆପଣଙ୍କ ଟିକେଟ୍ ପାଇପାରିବେ । ମାତ୍ର ଆପଣ ଇ-ଟିକେଟ୍, ଓ ଆଇ-ଟିକେଟ୍ ମଧ୍ୟରେ ସଠିକ୍ ପାର୍ଥକ୍ୟ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହି ଇ-ଟିକେଟ୍ ଓ ଆଇ-ଟିକେଟ୍ କହିଲେ କଣ ବୁଝାଯାଏ ।

ଯଦି ଆପଣ କେବେ ଟ୍ରେନ୍ରେ ଯାତ୍ରା କରିଛନ୍ତି ତେବେ ଆପଣ ନିଶ୍ଚୟ ଇ-ଟିକେଟ୍ ଏବଂ ଆଇ-ଟିକେଟ୍ ବିଷୟରେ ଶୁଣିଥିବେ । ମୁଖ୍ୟତଃ ଯାତ୍ରୀମାନେ ରେଳ ଯାତ୍ରା ପାଇଁ ଅନଲାଇନରେ ଟ୍ରେନ୍ ଟିକେଟ୍ ବୁକିଂ କରିବାର ବିକଳ୍ପ ପାଇଥାନ୍ତି । ଏହା ଇ-ଟିକେଟ୍ କିମ୍ବା ଆଇ-ଟିକେଟ୍ ଆକାରରେ ଉପଲବ୍ଧି ହୋଇଥାଏ । ଇ-ଟିକେଟ୍ କହିଲେ ଏହା ଏକ ଇଲେକ୍ଟ୍ରୋନିକ ପ୍ରିଣ୍ଟେଡ୍ ଟିକେଟ୍ । ଯାତ୍ରୀମାନେ ସେମାନଙ୍କ ସୁବିଧା ଅନୁଯାୟୀ ଏହି ଟିକେଟ୍ ପ୍ରିଣ୍ଟ କରିପାରିବେ । ଏହି ଟିକେଟ୍ର ବୈଧ୍ୟତା ରେଳ ବୁକିଂ କାଉଣ୍ଟରରୁ ଦିଆଯାଇଥିବା ଟିକେଟ୍ ସହ ସମାନ । ଇ-ଟିକେଟ୍ ଦେଇ ଯାତ୍ରା କରୁଥିବା ଯାତ୍ରୀମାନେ ସେମାନଙ୍କ ସହ ପରିଚୟ ପତ୍ର ରଖିବା ଆବଶ୍ୟକ ।

ଅପରପକ୍ଷରେ ଭାରତୀୟ ରେଳବାଇ ଦ୍ୱାରା ଯାତ୍ରୀଙ୍କ ଠିକଣାକୁ ପଠାଯାଉଥିବା ଟିକେଟକୁ ଆଇ-ଟିକେଟ୍ କୁହାଯାଇଥାଏ । ଏହି ଟିକେଟ୍ ଅନ୍ଲାଇନ୍ରେ ବୁକ୍ ହୋଇଥାଏ ସତ ମାତ୍ର ଏହାକୁ ଆପଣ ପ୍ରିଣ୍ଟ କରିପାରିବେ ନାହିଁ । ଆଇଆରସିଟିସି ୱେବସାଇଟରେ ପଞ୍ଜୀକରଣ ସମୟରେ ଯେଉଁ ଠିକଣା ଦିଆଯାଇଥାଏ, ରେଳବାଇ ଦ୍ୱାରା ସେହି ଠିକଣା ରେ ଏହି ଟିଟେଟ୍ କୁ କୋରିୟର କରାଯାଇଥଅଏ । ଏହି ଟିକେଟ୍ ଯାତ୍ରୀ ମାନଙ୍କ ନିକଟରେ ୪୮ଘଣ୍ଟା ମଧ୍ୟ ରେ ପହଞ୍ଚିଥାଏ । ଯାତ୍ରାର ଦୁଇ ଦିନ ପୂର୍ବରୁ ଆଇ- ଟିକେଟ୍ ବୁକ୍ କରାଯାଇଥାଏ ।

ଭାରତୀୟ ରେଳବାଇର ଆଇ-ଟିକେଟ୍ ତୁଳନାରେ ଇ-ଟିକେଟ୍ ଶସ୍ତାରେ ମିଳିଥାଏ । ଆଇ-ଟିକେଟରେ କୋରିୟର ମୂଲ୍ୟ ବହନ କରିବା ପାଇଁ ଆପଣଙ୍କୁ ଏଳ୍ସ୍୍ଟ୍ରା ଚାର୍ଜ ଦେବାକୁ ପଡିଥାଏ ।ଆପଣ ଚାହିଁଲେ ଯଅତ୍ରା ଦିନ ଇ-ଟିକେଟ୍ ବୁକ୍ କରିପାରିବେ ମାତ୍ର ଆପଣଙ୍କୁ ସର୍ବନିମ୍ନ ଦୁଇ ଦିନ ଆଗରୁ ଆଇ-ଟିକେଟ୍ ବୁକ୍ କରିବାକୁ ପଡିଥାଏ । ସବୁଠାରୁ ବଡ କଥା ହେଉଛି ଆପଣ ଚାହିଁଲେ ଅନ୍ଲାଇନରେ ଇ-ଟିକେଟ୍ କ୍ୟାନସଲ୍ କରିପାରିବେ ମାତ୍ର ଆଇ-ଟିକେଟ ବାତିଲ ହୋଇପାରିନଥାଏ । ଆଇ-ଟିକେଟ୍ ବାତିଲ୍ କରିବାକୁ ହେଲେ ଆପଣଙ୍କୁ ରେଳ ଷ୍ଟେସନ ଯାଇ ଉପଯୁକ୍ତ କାଉଣ୍ଟରରେ ଏନେଇ ଫର୍ମ ଭରିବାକୁ ପଡିଥାଏ । ଇ-ଟିକେଟ୍ ଗୁଡିକରେ ଆପଣଙ୍କୁ କନଫର୍ମ ସିଟ୍ କିମ୍ବା ଆରଏସିର ସୁବିଧା ମିଳୁଥିବା ବେଳେ ଆଇ-ଟିକେଟ୍ରେ , କନଫର୍ମ, ଆରଏସି କିମ୍ବା ୱେଟିଙ୍ଗର ସୁବିଧା ମିଳିଥାଏ ।