କାଶିପୁରରେ ବ୍ୟାପୁଛି ଝାଡ଼ାବାନ୍ତି । ନେଲାଣି ୭ ଜଣଙ୍କ ଜୀବନ, ସ୍ଥାନୀୟ ଅଂଚଳରେ ଏକ ଭୟର ବାତାବରଣ

93

କନକ ବ୍ୟୁରୋ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପୁଛି ଝାଡାବାନ୍ତି । ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଉକ୍ରଟ ସ୍ୱାସ୍ଥ୍ୟସେବା ପାଇଁ କାଶୀପୁରର ସ୍ଥିତି ବିଗିଡିବାରେ ଲାଗିଛି । ପରିସ୍ଥିତିର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ୩ ଜଣିଆ ଟିମ୍ ସେଠାରେ ପହଂଚିଛନ୍ତି । ଝାଡାବାନ୍ତିରେ ମୃତ୍ୟୁ ଘଟଣା ବିଧାନସଭାରେ ଉଠିଛି ଝଡ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି । ସେପଟେ ଘଟଣାକୁ ନେଇ ୭୨ ଘଂଟା ମଧ୍ୟରେ ରିପୋର୍ଟ ଦେବାକୁ ରାୟଗଡା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହାସହ ସମ୍ପୃକ୍ତ ଅଂଚଳକୁ ତୁରନ୍ତ ଅଭିଜ୍ଞ ଡାକ୍ତରୀ ଦଳକୁ ପଠାଇବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।