ସଂସଦ ଭବନ ପରିସରରେ ଆଉ କେହି ଦେଇପାରିବେନି ଧାରଣା । ଆମରଣ ଅନସନ ଉପରେ କଟକଣା ।

121

କନକ ବ୍ୟୁରୋ: ସଂସଦ ଭବନ ପରିସରରେ ବିଶେଷ କରି ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଆଉ କେହି ଧାରଣା ପ୍ରଦର୍ଶନ କରିପାରିବେ ନାହିଁ । ଏଠାରେ ଆମରଣ ଅନସନ ଉପରେ ଲାଗିଲା ରୋକ୍ । ଶାସକ ଦଳ ପକ୍ଷରୁ ଏପରି ନିୟମ ଜାରି କରାଯାଇଥିବାବେଳେ ଏହାକୁ କଟାକ୍ଷ କରି କଂଗ୍ରେସ ନେତା ଜୟରାମ ରମେଶ ରିଟ୍ୱିଟ୍ କରି ଛନ୍ତି ।

 

ଏହି ସମ୍ପର୍କୀତ ଏକ ଆଦେଶକୁ ପୋଷ୍ଟ କରି ମୋଦୀ ସରକାରଙ୍କୁ ଘେରିଛି କଂଗ୍ରେସ । ସେୟାର କରାଯାଇଥିବା ଆଦେଶ ମୁତାବକ, ସଂସଦ ଭବନ ପରିସରରେ କୌଣସି ସଦସ୍ୟ ନା ଧାରଣା ଦେଇପାରିବେ ନା ଏଠାରେ କେହି ଆମରଣ ଅନଶନରେ ବସିପାରିବେ । ଏଠାରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇପାରିବ ନାହିଁ । ଏହି ଆଦେଶ ପରେ ବିରୋଧୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିୟମର ଏକ କପିକୁ ରିପୋଷ୍ଟ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଜୟରାମ ରମେଶ ଲେଖିଛନ୍ତି ‘ବିଶ୍ୱଗୁରୁଙ୍କ ନୂଆ କାମ- D(h)arna ମନା ।ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାର ଆଶଙ୍କା ରହିଛି ।

ଲୋକସଭା ଓ ରାଜ୍ୟସଭାରେ ଅଧିବେଶନ ଚାଲିଥିବା ବେଳେ ଅନେକ ଶବ୍ଦ ବ୍ୟବହାର ଉପରେ ରୋକ ଲଗାଯାଇଛି । ଏଭଳି ଶବ୍ଦଗୁଡିକ ବ୍ୟବହାର କଲେ ଏହାକୁ ଅସଂସଦୀୟ ଭାବେ ଗ୍ରହଣ କରାଯିବ । ଲୋକସଭା ସଚିବାଳୟ ତରଫରୁ ଅସଂସଦୀୟ ଶବ୍ଦ ୨୦୨୧ ନାମରେ ଏଭଳି ଶବ୍ଦ ଓ ବାକ୍ୟର ସୂଚୀ ପ୍ରସ୍ତୁତ କରାଯାଇଛି । ଏହି ସୂଚୀକୁ ସମସ୍ତ ସାଂସଦଙ୍କ ନିକଟକୁ ପଠାଇ ଦିଆଯାଇଛି । ନୂଆ ନିୟମ ମୁତାବକ ସଂସଦର ଉଭୟ ଗୃହରେ ଗଦ୍ଦାର, ଘଡିଆଲୀ ଆସୁ, ଜୟଚନ୍ଦ, ଶକୁନୀ, ଭ୍ରଷ୍ଟ ଓ ଜୁମଲାବାଜୀ ଭଳି ଶବ୍ଦ ବ୍ୟବହାର ଉପରେ ରୋକ ଲଗାଯାଇଛି ।