ଏସ୍-୪୦୦ମିଜାଇଲ : ଭାରତ ପାଇଁ ରାସ୍ତା ପୂରା ସଫା

556

କନକ ବ୍ୟୁରୋ : ଭାରତକୁ ଏସ୍-୪୦୦ ମିଜାଇଲ ସିଷ୍ଟମ୍ ଆସିବା ରାସ୍ତା ଏବେ ସଫା ହୋଇଯାଇଛି । ଆମେରିକା ପାଇଁ ଯେଉଁ ବାଧା ସୃଷ୍ଟି ହୋଇଥିଲା ତାହା ଏବେ ଟଳିଯାଇଛି । ଋଷ ଠାରୁ ଭାରତ ଏସ୍-୪୦୦ ମିଜାଇଲ୍ ସିଷ୍ଟମ ଆଣିବା ଉପରେ ଆମେରିକା ପ୍ରତିବନ୍ଧକ ହଟାଇଛି । ଚୀନ୍ ଯେଉଁଭଳି ଭାବରେ ଆକ୍ରାମକତା ଦେଖାଉଛି, ତାକୁ ରୋକିବା ପାଇଁ ଆମେରିକା ପ୍ରତିବନ୍ଧକ ହଟାଇଛି । ଆମେରିକାରେ ଏକ ସ୍ୱତନ୍ତ୍ର ଆଇନ୍ ରହିଛି । ଯେଉଁ ଆଇନ ବଳରେ ଋଷ ଠାରୁ ଯୁଦ୍ଧାସ୍ତ୍ର କିଣୁଥିବା ଅନ୍ୟ ଦେଶଙ୍କ ଉପରେ କଟକଣା ଲଗାଇଥାଏ ଆମେରିକା । ୨୦୧୪ରେ ଋଷ ୟୁକ୍ରେନ୍ ଠାରୁ କ୍ରିମିୟା ଛଡାଇନେବା ପରେ ୨୦୧୬ରେ ଆମେରିକା ଏହି ଆଇନ୍ ଆଣିଥିଲା ।
ତେବେ ଆମେରିକା କଟକଣା ହଟାଇବା ନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛି, ଭାରତ ପାଖରେ ସ୍ୱତନ୍ତ୍ର ବିଦେଶ ନୀତି ରହିଛି । ଏହି ନୀତି ଅନୁଯାୟୀ, ନିଜର ରାଷ୍ଟ୍ରୀୟ ହିତ ପାଇଁ ଭାରତ ସବୁବେଳେ ଚେଷ୍ଟିତ । ଅନ୍ୟପଟେ ଆମେରିକା କହିଛି ଆମେରିକୀ ରଣନୀତିର ହିତ ପାଇଁ ଭାରତ-ଆମେରିକା ସମ୍ପର୍କଠୁ ବଢି ଆଉ କିଛି ନାହିଁ