ଦୃଷ୍ଟିବାଧିତ ଯୁବତୀଙ୍କ ହାତ ଧରିଲେ ଅଧ୍ୟାପକ । ନିଜ ଆଖିରେ ସାବିତ୍ରୀଙ୍କୁ ବାଟ ଦେଖାଇବେ ମଧୁସୂଦନ

183

କନକ ବ୍ୟୁରୋ : କୁହାଯାଏ ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମ ମାନେନି କୌଣସି ପ୍ରତିବନ୍ଧକ । ଆଉ ଏହାର ପ୍ରମାଣ କରି ଦେଖାଇଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ଯୁବକ । ଦୃଷ୍ଟିବାଧିତ ଯୁବତୀ ସାବିତ୍ରୀଙ୍କ ହାତ ଧରିଛନ୍ତି ଅଧ୍ୟାପକ ମଧୁସୂଦନ । ଚଳିତ ମାସ ୬ ତାରିଖରେ ବୈଦିକ ରୀତିନୀତି ଅନୁଯାୟୀ, ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ସାବିତ୍ରୀ ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ, ତାଙ୍କ ପ୍ରତି ମଧୁସୂଦନଙ୍କ ଭଲପାଇବା କେବେ କମିନଥିଲା । ବରଂ ନିଜ ଆଖିରେ ସାବିତ୍ରୀଙ୍କ ସହ ଜୀବନର ଚଲାପଥ ବି ବେଶ ଆରାମରେ କଟିଯିବ ବୋଲି କହିଛନ୍ତି ମଧୁସୂଦନ । ଏକ ଦୃଷ୍ଟିହୀନ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି ସାବିତ୍ରୀ । ଏହି ଦମ୍ପତିଙ୍କ ଭଲପାଇବାକୁ ନେଇ ଏବେ ସବୁଠି ଚର୍ଚ୍ଚା, ସବୁଠି ପ୍ରଶଂସା ।