ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକିବା ଘଟଣା: ନବୀନଙ୍କ ଟୁଇଟ୍ ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ପ୍ରତିକ୍ରିୟା ପ୍ରକାଶ କରିବା ପରେ ଏହାକୁ ନେଇ ନବୀନଙ୍କୁ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି, ଏହିପରି ଭାରତରେ ଗଣତନ୍ତ୍ର କାମ କରିବା ଉଚିତ୍ । ଆମ ସମସ୍ତଙ୍କର ଭିନ୍ନ ଭିନ୍ନ ମତବାଦ, ବିଶ୍ୱାସ ଏବଂ ମତାମତ ଭିନ୍ନ ରହିପାରେ । ହେଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ଏହା ଭିନ୍ନ ହେବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ନବୀନଙ୍କୁ ପ୍ରଂଶସା କରିଛନ୍ତି ।
This is how a democracy like in India should function.
We all can have differing ideologies,beliefs & opinions but that can be no ground to legitimise a breach in security for the Prime Minister.
Appreciate @Naveen_Odisha ji for his concern for PM Modi’s security. https://t.co/jQ3oPH41Mj
— Dharmendra Pradhan (@dpradhanbjp) January 6, 2022
The Prime Minister of India is an institution. It is the duty of every Government to provide foolproof security and safeguard the dignity of this institution. Anything contrary should be unacceptable in our democracy.
— Naveen Patnaik (@Naveen_Odisha) January 6, 2022
ସୂଚନାଯୋଗ୍ୟ ଯେ, ଏହା ପୂୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକିବା ଘଟଣାକୁ ନେଇ ଟୁଇଟ୍ କରି ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ କହିଥିଲେ, ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକ ଅନୁଷ୍ଠାନ । ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ହେଉଛି ସରକାରର କର୍ତ୍ତବ୍ୟ ଏବଂ ଅନୁଷ୍ଠାନ ପ୍ରତି ସମ୍ମାନ । କେହି ବି ଏହାର ବିପରୀତ କାମ କରିବେ, ତେବେ ଏହା ଆମ ଗଣତନ୍ତ୍ର ପାଇଁ ଗ୍ରହଣୀୟ ନୁହେଁ ବୋଲି ନବୀନ ଟୁଇଟ୍ କରି ଲେଖିଥିଲେ । ଆଉ ନବୀନଙ୍କ ଏହି କଥାକୁ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।