ଦେଶରେ ଲକ୍ଷେ ମୁହାଁ କରୋନାର ଦୈନକ ସଂକ୍ରମଣ: ଗତକାଲି ତୁଳନାରେ ବଢିଲା ୫୬ ପ୍ରତିଶତ, ୫ ରାଜ୍ୟରେ ବିସ୍ଫୋରକ ସ୍ଥିତି

149

କନକ ବ୍ୟୁରୋ: ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଏବେ ଏକ ଲକ୍ଷ ମୁହାଁ ହେବାରେ ଲାଗିଛି । ଗତ ୨୪ ଘଂଟାରେ ସଂକ୍ରମଣ ମାମଲା ୫୬.୫ ପ୍ରିତଶତ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ବୁଧବାର ଦେଶରେ

– ୯୦,୯୨୮ ନୂଆ ଆକ୍ରାନ୍ତ ଚିହ୍ନଟ
– ୩୨୫ଜଣଙ୍କ କରୋନାରେ ମୃତ୍ୟୁ
– ଗୋଟିଏ ଦିନ ୫୬.୫% ସଂକ୍ରମଣ ବୃଦ୍ଧି ପାଇଛି
– ୧୯,୨୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି
– ଦୈନିକ ସଂକ୍ରମଣ ହାର ୬.୪୩%
– ୨,୮୫,୪୦୧ଟି ସକ୍ରିୟ ମାମଲା ରହିଛି
– ଆକ୍ରାନ୍ତଙ୍କ ମଧ୍ୟରୁ ୪୯୫ ଜଣ ଓମିକ୍ରନ୍ରେ ଆକ୍ରାନ୍ତ
– ଓମିକ୍ରନ୍ରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨,୬୩୦
– ୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଓମିକ୍ରନ୍ ମାମଲା ଚିହ୍ନଟ

ଦେଶରେ ଯେଉଁ ଭଳି ଭାବେ ସଂକ୍ରମଣ ବଡିବାରେ ଲାଗିଛି, ଏହା ତୃତୀୟ ଲହର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆଉ ଚଳିତ ମାସ ଶେଷ ସୁଦ୍ଧା ଏହା ପିକ୍ ନେବ ବୋଲି କୁହାଯାଉଛି ।
ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ଖରାପ ହୋଇଛି । ଏହି ଦୁଇ ରାଜ୍ୟ ସହ ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁରେ କରୋନା ମାମଲା ବଢୁଛି । ମହାରାଷ୍ଟ୍ରରେ ୨୬. ୫୩୮. ଦିଲ୍ଲୀରେ ୧୦, ୬୬୫, ପଶ୍ଚିମବଙ୍ଗରେ ୧୪ ହଜାର ୨୨, ତାମିଲନାଡୁରେ ୪ ହଜାର ୪ ହଜାର ୮୬୨ ଓ କେରଳରେ ୪ ହଜାର ୮୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୫ ରାଜ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬୬. ୯୭ ପ୍ରତିଶତ । କେବଳ ମହାରାଷ୍ଟ୍ରରେ ୨୯. ୧୯ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଢୁଥିବା ସଂକ୍ରମଣକୁ ଦେଖି ବିଭିନ୍ନ ରାଜ୍ୟରେ ଅନେକ କଟକଣା ଲଗା ଯାଉଛି । ନାଇଟ୍ କର୍ଫ୍ୟୁ ସହ ଶୀକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରାଯାଉଛି । ଏହାସହ ଟିକାକରଣ ମଧ୍ୟ କରାଯାଉଛି । ୧୪୮ କୋଟି ୬୭ ଲକ୍ଷ କରୋନା ଟିକାର ଡୋଜ୍ ପ୍ରଦାନ କରା ଯାଇ ସାରିଲାଣି । କିଶୋରଙ୍କୁ ଟିକାକରଣ ମଧ୍ୟ କରାଯାଉଛି । ଏହି ଭିତରେ କରୋନା ସଂକ୍ରମଣକୁ ନେଇ ଆତଙ୍କ ବଢିବାରେ ଲାଗିଛି ।