ଚେଇଁ ରହିଥିବ ଯିଏ ତାକୁ ଉଠାଇବ କିଏ? ୫-ଜି ସେବାକୁ ନେଇ ବିଜେଡି ଉଠାଇଥିଲା ପ୍ରଶ୍ନ, କାଉଣ୍ଟର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

125

କନକ ବ୍ୟୁରୋ : ଓଡ଼ିଶାରେ ୫-ଜି ସେବାକୁ ବିଜେଡି ସ୍ୱାଗତ କରିଥିବା ବେଳେ ସମାଲୋଚନା କରିବାକୁ ପଛାଇ ନାହିଁ । ଓଡ଼ିଶାର ଟେଲି ଡେନସିଟି ୭୫ ପ୍ରତିଶତ ରହିଛି ହେଲେ ତାଠାରୁ ଜମ୍ମୁ କଶ୍କୀରରେ ଅଧିକ ରହିଛି । ୬ହଜାର ୨ଶହ ୭୮ ଗାଁରେ ଇଂଟରନେଟର ସୁବିଧା ନାହିଁ । ସେହିଭଳି ଅନଲାଇନ୍ ଶିକ୍ଷା କିଭଳି ବାଧାପ୍ରାପ୍ତ ହୋଇଥିଲା ତାହା ସମସ୍ତଙ୍କୁ ଜଣା । ୫ଜି ସେବା ନାଁରେ ଦିନରେ ଲଂଠନ ଦେଖାଯାଉଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଥିଲେ ।

ଆଉ ବିଜେଡିର ଏହି କଟାକ୍ଷକୁ କାଉଣ୍ଟର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚେଇଁ ରହିଥିବ ଯିଏ ତାକୁ ଉଠାଇବ କିଏ ବୋଲି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ଗାଁ ଗାଁରେ ଇଣ୍ଟରନେଟ ଅପଟିକାଲ ଫାଇବର ପଡିବ । ଟାୱାର ଗୁଡିକ ଛିଡା ହେବ । ୫-ଜି ଭଳି ହାଇସ୍ପିଡ ନେଟୱର୍କ ଆସିବ । ସଞ୍ଚାର ଦିଗରେ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖିବାକୁ ମିଳିବ । ଓଡ଼ିଶାକୁ ଏହାର ବେଶି ଫାଇଦା ମିଳିବ । ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ୫୦୦୦ ହଜାର ଟାୱାର ଲାଗିବ, ୧୦୦ଟି ଟାୱାର ଆଜି ଲୋକାର୍ପଣ ହୋଇଛି । ଓଡ଼ିଶାର ୫୦ ହଜାର ଗାଁକୁ ଭାରତ ନେଟ ମାଧ୍ୟମରେ ଇଣ୍ଟରନେଟ ପହଞ୍ଚିବ । ତେଣୁ ଏପରି କଥାକୁ ବେଶି ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ । ନୂଆପିଢୀ ପାଇଁ ଏହା ଆଶୀର୍ବାଦ ସଦୃଶ । ତେଣୁ ଏହି ସେବାକୁ ସମସ୍ତେ ସମର୍ଥନ କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ଓଡ଼ିଶା ଆହୁରି ବିକାଶ ଦିଗରେ ଆଗକୁ ବଢିବ ।