ଟ୍ୱିଟରରୁ ହଟିଯିବ ସମସ୍ତଙ୍କ ବ୍ଲୁ ଟିକ୍, ଏଲନ ମସ୍କଙ୍କ ବଡ ଘୋଷଣା। ଜାଣନ୍ତୁ କାରଣ

202

କନକ ବ୍ୟୁରୋ: ଟ୍ୱିଟରରେ ଭେରିଫାଏଡ ଆକାଉଣ୍ଟକୁ ପ୍ରଥମେ ବ୍ଲୁ ଟିକ୍ ପ୍ରଦାନ କରାଯାଉଥିଲା । ବର୍ତ୍ତମାନ କମ୍ପାନୀ ଏହାକୁ ସବସ୍କ୍ରିପସନ ଜରିଆରେ ପ୍ରଦାନ କରୁଛି । ଏହା ଛଡା ଗୋଲ୍ଡ ଏବଂ ଗ୍ରେ ଟିକ ମଧ୍ୟ ପ୍ରଦାନ କରାଯାଉଛି । କମ୍ପାନୀର ଭେରିଫାଏଡ ଆକାଉଣ୍ଟକୁ ଗୋଲେଡନ୍ ଟିକ୍ ପ୍ରଦାନ କରାଯାଇଛି । ତେବେ ଟ୍ୱିଟରର ମାଲିକ ଏଲନ ମସ୍କଙ୍କ ନୂଆ ଘୋଷଣା ଲୋକଙ୍କୁ ଦୁଃଖିତ କରିବ ।

ମସ୍କ ଘୋଷଣା କରିଛନ୍ତି ଯେ, ଟ୍ୱିଟର ୟୁଜର୍ସଙ୍କ ବ୍ଲୁ ଟିକ୍ ଶୀଘ୍ର ହଟିବାକୁ ଯାଉଛି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ନିକଟରେ ବ୍ଲୁ ଟିକ୍ ସବସ୍କ୍ରିପସନ ଫିଚରକୁ ପୁଣି ଥରେ ଲଞ୍ଚ କରିଦିଆଯାଇଛି । ଏଥିରେ ଟ୍ୱିଟର ବ୍ଲୁ ଟିକ୍ ନେବା ପାଇଁ ପ୍ରଥମେ ୟୁଜର୍ସଙ୍କୁ ଟଙ୍କା ପୈଠ କରିବାକୁ ପଡିବ ।

ପ୍ରଥମେ ଟ୍ୱିଟରର ବ୍ଲୁ ଟିକ୍ କେବଳ ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ବିଶେଷ, ସେଲିବ୍ରିଟି ଏବଂ ଅନ୍ୟ କିଛି ଲୋକଙ୍କୁ ପ୍ରଦାନ କରାଯାଉଥିଲା । ବର୍ତ୍ତମାନ ପ୍ରଥମରୁ ଭେରିଫାଏଡ ସମସ୍ତ ଆକାଉଣ୍ଟର ବ୍ଲୁ ଟିକ୍ ହଟାଇଦିଆଯିବ । ଗୋଟିଏ ଟ୍ୱିଟର ଉତ୍ତର ଦେବାକୁ ଯାଇ ସେ ଲେଖିଛନ୍ତି କିଛି ମାସରେ ଲୋକଙ୍କ ଆକାଉଣ୍ଟରୁ ଲିଗାସି ବ୍ଲୁ ଚେକକୁ ହଟାଇ ଦିଆଯିବ । ସାଧାରଣ ଭାଷାରେ କହିବାକୁ ଗଲେ ଯେଉଁଲୋକଙ୍କ ପାଖରେ ବ୍ଲୁ ଟିକ୍ ଥିଲା ସେମାନେ ଲିଗାସି ହୋଇଯାଇଛନ୍ତି । ଅର୍ଥାତ ଯେଉଁ ଆକାଉଣ୍ଟ ପ୍ରଥମରୁ ଭେରିଫାଏଡ ହୋଇଥିଲା ତାହା ଆଉ ଭେରିଫାଏଡ ହେବ ନାହିଁ । ତେଣୁ ଆଗାମୀ ଦିନରେ ସେମାନଙ୍କ ନାମ ଆଗରୁ ବ୍ଲୁ ଟିକକୁ ହଟାଇ ଦିଆଯିବ ।

ଏହି ଲୋକଙ୍କୁ ବ୍ଲୁଟିକ୍ ଠିକ ଭାବରେ ଦିଆଯାଇନଥିଲା । ବର୍ତ୍ତମାନ ୪ ଲକ୍ଷରୁ ଅଧିକ ଟ୍ୱିଟର ଆକାଉଣ୍ଟପାଖରେ ବ୍ଲୁ ଚେକ ମାର୍କ ରହିଛି । ଏହା କହିଥାଏ ଯେ ଏହି ଆକାଉଣ୍ଟଟି ଠିକ୍ । ଆଉ ଏହା ସଠିକ ସୂଚନା ପ୍ରଦାନ କରୁଛି । ମସ୍କ କହିଛନ୍ତି, ନୂଆ ସବସ୍କ୍ରିପସନ ସର୍ଭିସ ଦ୍ୱାରା ବ୍ୟକ୍ତିଗତକୁ ସାମାଜିକ ସ୍ୱିକୃତୀରୁ ଅଲଗା ବ୍ଲୁ ଟିକ୍ ପ୍ରଦାନ କରାଯିବ ।

ଯଦି ସେ ଏଥିପାଇଁ ଟଙ୍କା ପୈଠ କରନ୍ତି ତେବେ ତାଙ୍କୁ ବ୍ଲୁ ଟିକ ପ୍ରଦାନ କରାଯିବ । କିଛି ସମୟ ପୂର୍ବରୁ କମ୍ପାନୀ ଏହି ନୂଆ ଫିଚରକୁ ଜାରି କରିଥିଲା । ତେବେ କିଛି ଭୁଲ ଆକାଉଣ୍ଟକୁ ବ୍ଲୁ ଟିକ୍ ମିଳିଯାଇଥିଲା । ଏହା ପରେ ସେମାନେ ଭୁଲ ଖବର ପ୍ରସାରଣ କରିଥିଲେ । ଏଥିପାଇଁ ଅନେକ ଅସୁବିଧା ଭୋଗିଥିଲେ ସଠିକ୍ କମ୍ପାନୀ ।

ଟ୍ୱିଟରରେ ବ୍ଲୁ ସବସ୍କ୍ରିପସନ ସହ ଲୋକଙ୍କୁ କିଛି ନୂଆ ଫିଚର ମଧ୍ୟ ପ୍ରଦାନ କରାଯିବ । ଟ୍ୱିଟର ବ୍ଲୁ ପାଇଁ ୟୁଜର୍ସ ଆଇଓଏସ କିମ୍ବା ୱେବରୁ ସାଇନ ଅପ୍ କରିବେ । ଟ୍ୱିଟର ବ୍ଲୁ ସବସ୍କ୍ରିପସନରେ ଟ୍ୱିଟ୍ ଏଡିଟ, ୧୦୮୦ପି ଭିଡିଓ ଅପଲୋଡ୍, ରିଡର ମୋଡ, ଭଳି ଅନେକ ଫିଚର୍ସ ରହିବ । ବ୍ଲୁ ଟିକ୍ ପାଇଁ କମ୍ପାନୀ ମାସକୁ ୮ ଡଲାର ନେଉଛି । ସେହିଭଳି ଆପଲ ୟୁଜର୍ସଙ୍କ ପାଇଁ ଏହି ଚାର୍ଜ ମାସକୁ ୧୧ ଡଲାର । ଭାରତରେ ବ୍ଲୁ ଟିକ ୟୁଜର୍ସଙ୍କ ପାଇଁ ସବସ୍କ୍ରିପସନ ଚାର୍ଜର ଘୋଷଣା କରାଯାଇନାହିଁ ।