ବ୍ୟାପକ ହେଲା ଶ୍ରୀମନ୍ଦିର ଦାନ ବ୍ୟବସ୍ଥା : ଏଣିକି ପେଟିଏମରେ ଦାନ ଦେଇପାରିବେ ଶ୍ରଦ୍ଧାଳୁ; ବ୍ୟବସ୍ଥାକୁ ଅନେକଙ୍କ ସମାଲୋଚନା

471

କନକ ବ୍ୟୁରୋ : ଶ୍ରୀମନ୍ଦିରକୁ ଡିଜିଟାଲ ଦାନକୁ ନେଇ ଭିନ୍ନ ପ୍ରତିକ୍ରିୟା । କିଛି ଶ୍ରଦ୍ଧାଳୁ ଏହାକୁ ସମର୍ଥନ କରୁଥିବା ବେଳେ କିଛି ଶ୍ରଦ୍ଧାଳୁ ଏହାକୁ ବିରୋଧ କରିଛନ୍ତି । ଡିଜିଟାଲରେ ଦାନ ସଂଗ୍ରହ ପଦ୍ଧତିକୁ ବିରୋଧ କରି କିଛି ଭକ୍ତ କହୁଛନ୍ତି, ମହାପ୍ରଭୁଙ୍କର ହଜାର ହଜାର ଏକରର ଜମି, ସୁନା, ରୂପା ରହିଛି । ଏହା ବାଦ୍ ରାଜ୍ୟ ସରକାର ମଧ୍ୟ ଅନୁଦାନ ଦେଉଛନ୍ତି । ଏବେ ଭକ୍ତମାନେ ନଗଦ ଟଙ୍କା, ସୁନା, ରୁପା ଅଳଙ୍କାର ଦାନ କରୁଛନ୍ତି ।

ଏଭଳି ସ୍ଥିତିରେ ଦାନ ପାଇଁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥ୍ୟାର କଣ ଆବଶ୍ୟକତା ରହୁଛି ବୋଲି କିଛି ଶ୍ରଦ୍ଧାଳୁ ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିରକୁ ଡିଜିଟାଲ ଦାନ ପାଇଁ ପେଟିଏମ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଚୁକ୍ତି ହୋଇଛି । ଡିଜିଟାଲ ଦାନ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର, ରେଳ ଷ୍ଟେସନ, ବସଷ୍ଟାଣ୍ଡ, ଅତିଥିଶାଳା, ହୋଟେଲ ଆଦି ସ୍ଥାନରେ କ୍ୟୁ-ଆର ସ୍କାନର ଲଗାଯାଇଛି । ଦାନ ସୁତ୍ରରୁ ଶ୍ରୀମନ୍ଦିର ରାଜସ୍ୱ ବୃଦ୍ଧି କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି ।