ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ଦେବଗଡ଼ ବିଧାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ତରବରିଆ ଭାବେ କରାଯାଇଛି ଗିରଫ

140

କନକ ବ୍ୟୁରୋ: ବିଡିଓଙ୍କୁ ମାଡ ମାରି ଗିରଫ ହୋଇଛନ୍ତି, ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ଦଫା ଲଗାଇଛି ପୁଲିସ । ତେବେ ଆଜି ଭୁବନେଶ୍ୱରରୁ ବିଧାୟକଙ୍କୁ ଉଠାଇ ନେଇଥିଲା ଦେବଗଡ ପୁଲିସ । ଏହାପରେ ଯାଞ୍ଚରେ ହସ୍ପିଟାଲ ଯାଇଥିବା ବେଳେ ହଠାତ୍ ବିଧାୟକ, ଅସୁସ୍ଥ ହୋଇପଡିଥିଲେ । ସେଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପରେ ଦେବଗଡର ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି ପୁଲିସ । ତିଲେଇବଣି ବିଡିଓ କୃଷଚନ୍ଦ୍ର ଦଳପତିଙ୍କୁ ମାଡ ମାରିବା ସୁବାସଙ୍କ ପାଇଁ ମହଙ୍ଗା ପଡିଛି ।

ବିଡିଓଙ୍କ ରିପୋର୍ଟ ଆଧାରରେ ବିଧାୟକଙ୍କ ବିରୋଧରେ ୩୪୧ ଅର୍ଥାତ ଭୁଲ ଭାବେ ଅଟକ ରଖିବା , ୩୨୩ ଅର୍ଥାତ ଜଣକୁ ଜାଣିଶୁଣି ଆଘାତ ଦେବା, ୨୯୪ ଅର୍ଥାତ ସାର୍ବଜନୀନ ସ୍ଥାନରେ ମାଡ ମାରିବା, ୩୫୩ ସରକାରୀ କର୍ମଚାରୀଙ୍କ କାମରେ ବାଧା ଦେବା, ୫୦୬ ଅର୍ଥାତ ଅପରାଧିକ ଷଡଯନ୍ତ୍ର, ୩୦୭ ଅର୍ଥାତ ହତ୍ୟା ଉଦ୍ୟମ ଭଳି ଦଫାରେ ମାମଲା ରୁଜୁ କରିଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଡ୍ରେନ କାମର ଅନୁଧ୍ୟାନ ପାଇଁ ଯାଇଥିବାବେଳେ ଭାଲିଆଗୁଡି ଗାଁରେ ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ବିଧାୟକ ସୁବାଷ ପାଣିଗ୍ରାହୀ ଓ ତାଙ୍କର ୧୦ରୁ ଅଧିକ ସହଯୋଗୀ ମରଣାନ୍ତକ ଆକ୍ରମଣ କରଥିବା ଥାନାରେ ଏତଲା ଦେଇଥିଲେ ବିଡିଓ । ଏପରିକି ତାଙ୍କୁ ବଳପୂର୍ବକ ଗାଡିରେ ଉଠାଇ ନେବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଥିଲା ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତି, ବିଧାୟକଙ୍କୁ ତରବରିଆ ଭାବେ ଗିରଫ କରିବା ଚିନ୍ତାର ବିଷୟ । କିଛି ସରକାରୀ ଅଧିକାରୀ ନିଜ କର୍ତ୍ତବ୍ୟକୁ ସୂଚାରୁରୂପେ ପାଳନ ନ କରି ଦଳୀୟ ଆଧାରରେ କାର୍ଯ୍ୟକରି ଜନତାଙ୍କ ସମସ୍ୟାକୁ ଅ ।ଷ ଦେଖାଦେଉଛି ଣଦେଖା କରିବା ସହ ବିକାଶମୂଳକ କାମରେ ବାଧା ସୃଷ୍ଟି କରୁଛନ୍ତି, ଯାହାଫଳରେ ଜନଅସନ୍ତେ ।