ସୁପ୍ରିମକୋର୍ଟ ପହଁଚିଲେ ୧୪ ବିରୋଧୀ ଦଳ । ଇଡି ଓ ସିବିଆଇ କାର୍ଯ୍ୟାନୁଷ୍ଠାନ ବିରୋଧରେ ପିଟିସିନ ଦାଖଲ କଲେ ବିରୋଧୀ

141

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରିୟ ତଦନ୍ତକାରୀ ସଂସ୍ଥାଗୁଡିକର ଅପବ୍ୟବହାର ଅଭିଯୋଗ କରି ୧୪ ବିରୋଧୀ ଦଳ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତ । ଏପ୍ରିଲ ୫ ତାରିଖରେ ସୁପ୍ରିମକୋର୍ଟ ବିରୋଧୀଙ୍କ ଆବେଦନ ଉପରେ ଶୁଣାଣୀ କରିବେ । ସିବିଆଇ ଓ ଇଡି ଭଳି ଯାଂଚ ଏଜେନ୍ସି କେବଳ ବିଜେପି ବିରୋଧୀ ଦଳରଙ୍କୁ ଟାର୍ଗେଟ କରୁଥିବା ଆବେଦନରେ କୁହଯାଇଛି । ଏଥିସହ ବିରୋଧୀ କହିଛନ୍ତି ଯଦି କୌଣସି ଦୁର୍ନୀତିଗସ୍ତ ନେତା ବିଜେପିରେ ମିଶୁଛି ତେବେ ତାର ମାମଲାକୁ ରଫାଦଫା କରାଯାଉଛି କିନ୍ତୁୁ ସମାନ ଅଭିଯୋଗ ଘେରରେ ଫଶିଥିବା ଅନ୍ୟ ଦଳର ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉଛି । ତଦନ୍ତକାରୀ ସଂସ୍ଥା ଗୁଡିକ ବିଜେପି ଇସାରାରରେ ଚାଲୁଛି କିନ୍ତୁ ଏହା ସ୍ୱାଧୀନଭାବେ କାମ କରିବା ଉଚିତ ବୋଲି ଆବେଦନରେ କୁହାଯାଇଛି । ସେହିପରି କାହାକୁ ଗିରଫ କରିବା ପୁର୍ବରୁ ଏଜେନ୍ସି ଗୁଡିକ ଗାଇଡଲାଇନ ଅବହେଳା କରୁଥିିବା ବିରୋଧୀ ପକ୍ଷର ଓକିଲ ଅଭିଶେକ ମନୁ ସିଂଘଭି କହିଛନ୍ତି ।