ପୁଣି ସାମ୍ନାସାମ୍ନି ଦିଲ୍ଲୀ ଉପରାଜ୍ୟପାଳ-ମୁଖ୍ୟମନ୍ତ୍ରୀ। ଚିଠି ଲେଖି କଣ କହିଲେ ପଢନ୍ତୁ…

77

କନକ ବ୍ୟୁରୋ: ଦିଲ୍ଲୀ ଉପରାଜ୍ୟପାଳ ବିକେ ସକସେନା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ସାମ୍ନାସାମ୍ନି ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନାହିଁ ।

ଉପରାଜ୍ୟପାଳ ସକସେନା ବର୍ତ୍ତମାନ ଦିଲ୍ଲୀ ନଗର ନିଗମର ବକେୟା ରାଶିକୁ ନେଇ ଦିଲ୍ଲୀ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି । ପାଖାପାଖି ଦୁଇବର୍ଷ ଧରି ଅଟକରିଥିବା ୩୮୩.୭୪ କୋଟି ଟଙ୍କାକୁ ଶୀଘ୍ର ପ୍ରଦାନ କରିବାକୁ ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହାକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ନିଜର ଆଧିକାରିକ ଟ୍ୱିଟର ହାଣ୍ଡେଲରେ ସୂଚନା ଦେଇଛନ୍ତି । ଏଥିରେ ମଧ୍ୟ କୁହାଯାଇଛି ଯେ ବିଧାନସଭା ଦ୍ୱାରା ପାରିତ ହୋଇଥିବା ଏହି ରାଶିକୁ ଅକାରଣରେ ରୋକିଦିଆଯାଇଛି । ଏହା ଦ୍ୱାରା ଦିଲ୍ଲୀରେ ପ୍ରାଥମିକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡୁଛି । ରାଜନିବାସ ଦିଲ୍ଲୀ ପକ୍ଷରୁ ବିସ୍ତୃତ ଚିଠି ମଧ୍ୟ ଟ୍ୱିଟ କରାଯାଇଛି ।