‘ସରକାରୀ ଅର୍ଥରେ ପାର୍ଟି ବିଜ୍ଞାପନ’, ଆମ୍ ଆଦମୀ ପାର୍ଟିଠାରୁ ୯୭ କୋଟି ଆଦାୟ କରିବାକୁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ।

106

କନକ ବ୍ୟୁରୋ: ଦିଲ୍ଲୀରେ ରାଜନୈତିକ ବିଜ୍ଞାପନଗୁଡିକୁ ସରକାରୀ ବିଜ୍ଞାପନ ଭାବେ ବ୍ୟବହାର କରାଯିବାକୁ ନେଇ କଡା ପଦକ୍ଷେପ ନେଇଛନ୍ତି ଉପରାଜ୍ୟପାଳ ବିଜେ ସକ୍ସେନା । ଏଥିପାଇଁ ଆମ ଆଦମୀ ପାର୍ଟିଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୫ରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ, ୨୦୧୬ରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଆଦେଶ ଓ ୨୦୧୬ରେ ସିସିଆରଜିଏ ଦେଇଥିବା ଆଦେଶକୁ ଆଧାର କରି ଉପରାଜ୍ୟପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆପ୍ ପୂର୍ବର ଏସବୁ ଆଦେଶକୁ ଆମାନ୍ୟ କରିଥିବା ଅଭିଯୋଗ ହୋଇଛି ।

ମୁଖ୍ୟ ସଚିବଙ୍କ ପାଖକୁ ଏହି ନିର୍ଦ୍ଦେଶନାମା ପଠାଯିବା ସହ ୨୦୧୬ ପରଠାରୁ ଆପର ସମସ୍ତ ବିଜ୍ଞାପନଗୁଡିକୁ ସିସିଆରଜିଏ ପାଖକୁ ଯାଞ୍ଚ ପାଇଁ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବିକେ ସକ୍ସେନା । ଏସବୁ ବିଜ୍ଞାପନରେ ସୁପ୍ରିମ କୋର୍ଟ ଦେଇଥିବା ଆଦେଶନାମାକୁ ପାଳନ କରାଯାଇଛି କି ନା ତାହା ଯାଞ୍ଚ କରିବାକୁ କୁହାଯାଇଛି । ପାର୍ଟି ଅନୌପଚାରିକ ଭାବେ ଖର୍ଚ୍ଚ କରିଥିବା ସମସ୍ତ ଅର୍ଥକୁ ମଧ୍ୟ ଆଦାୟ କରିବାକୁ ଆଦେଶ ଦେଇଛନ୍ତି ଉପରାଜ୍ୟପାଳ ।