ବୁନ୍ଦାଏ ବୁନ୍ଦାଏ ପାଣି ପାଇଁ ସଂଘର୍ଷ କରୁଛି କତାର। ଏମିତି ପ୍ରସ୍ତୁତ ହୋଇଥିଲା ବିଶ୍ୱକପ ଷ୍ଟାଡିୟମ…

149

କନକ ବ୍ୟୁରୋ: ଗୋଟିଏ ବୁନ୍ଦା ପାଣି ପାଇଁ ସଂଘର୍ଷ କରୁଥିବା କତାର । ନିକଟରେ ଏଠାରେ ବିଶ୍ୱକପ ଫୁଟବଲ ଶେଷ ହୋଇଛି । ଏଥିପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟାଡିୟମ ଗୁଡିକ ବେସ ସବୁଜ ସୁନ୍ଦର ବି ଦେଖାଯାଉଥିଲା । କାରଣ ଏହି ଘାସ ଉପରେ ହଜାର ହଜାର ଲିଟର ପାଣି ପ୍ରତିଦିନ ସିଞ୍ଚନ କରାଯାଉଥିଲା । ମରୁଭୂମି ମାହୋଲରେ ଘାସ ଉପରେ ଖେଳିବା ପାଇଁ ପଡିଆ ପ୍ରସ୍ତୁତ କରିବା କତାର ପାଇଁ ଏତେ ସହଜ ନଥିଲା । ମାଟିକୁ ଓଦା ରଖିବା ଏବଂ ସବୁଜ ସୁନ୍ଦର ରଖିବା ଗୋଟିଏ ବଡ ଚ୍ୟାଲେଞ୍ଜ । ତେବେ ଏଥିପାଇଁ ଗୋଟିଏ ଜ୍ଞାନକୌଶଳର ସାହାର୍ଯ୍ୟ ନେଇଥିଲା କତାର । ଏହା ଦ୍ୱାରା ଲୋକଙ୍କୁ ପାଣି ମିଳିବା ସହ ପଡିଆର ରକ୍ଷଣାବେକ୍ଷଣ କରାଯାଇପାରୁଛି ।

କତାର ବିଶ୍ୱକପରେ ପଡିଆକୁ ଖେଳିବା ଉପଯୋଗୀ କରିବା ପାଇଁ ପ୍ରତ୍ୟେକ ଦିନ ୧୦ ହଜାର ଲିଟର ପାଣିର ବ୍ୟବହାର କରାଯାଉଥିଲା । ଯଦି ଏହି କାର୍ଯ୍ୟକ୍ରମ ପ୍ରଥମ ତିଆରି ହୋଇଥିବା ଯୋଜନା ଅନୁସାରେ ଗ୍ରୀଷ୍ମଋତୁରେ ହୋଇଥାନ୍ତା ତେବେ ପ୍ରତ୍ୟେକ ଦିନ ୫୦ ହଜାର ଲିଟର ପାଣିର ଆବଶ୍ୟକତା ହୋଇଥାନ୍ତା । କତାର ସମୁଦ୍ର ଉପକୂଳରେ ଥିବା କାରଣରୁ ଏଠାରେ ପାଣି ଉପଲବ୍ଧ ରହିଛି । କିନ୍ତୁ, ଏହି ପାଣି ଲୁଗାପଟା ଧୋଇବା ଉପଯୋଗୀ ନୁହେଁ । ଏହା ଏତେ ପରିମାଣରେ ଖାରା ଯେ ଏହାକୁ ସିଧା ଉପଯୋଗ କରାଯାଇପାରିବ ନାହିଁ । କତାରରେ ପଡିଆକୁ ଡିସୋଲିନେସନ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଛି । କତାରରେ ଘରୋଇ ଉପଯୋଗ ପାଇଁ ଏହି ପାଣିକୁ ୧୦୦ ପ୍ରତିଶତ ବ୍ୟବହାର କରାଯାଇଥାଏ । ପାଣିରେ ଅଧିକ ଲବଣ ଅଂଶ କାରଣରୁ ଏହା ଖାରା । ଡିସୋଲିନେସନ ପ୍ରକ୍ରିୟା ସମୟରେ ସମୁଦ୍ରରୁ ଖାରା ପାଣିକୁ ନିଆଯାଇ ଏଥିରେ ଥିବା ଲବଣ ଅଂଶ ଏବଂ ଅଶୁଦ୍ଧିକୁ ବାହାର କରିଦିଆଯାଏ । ଏହାକୁ ଶୁଦ୍ଧ କରି ଲୁଗାପଟା ଧୋଇବା ଠାରୁ ନେଇ ପିଇବା ଉପଯୋଗୀ କରାଯାଇଥାଏ । କତାରରେ ପାଣିକୁ ଶୁଦ୍ଧ ପାଇଁ ଏହି ପ୍ରକ୍ରିୟାକୁ ଆପଣାଯାଇଥାଏ ।

କତାର ପାଇଁ ଏହା ସବୁଠାରୁ ବଡ କାମ ଥିଲା । କତାରରେ ନା ନଦୀ ଅଛି ନା ଏଠାରେ ଅଧିକ ବର୍ଷା ହୋଇଥାଏ । ଏହାହିଁ କାରଣ ଯେ ଏଠାରେ ଲୋକେ ପାଣି ପାଇଁ ସଂଘର୍ଷ କରିଥାନ୍ତି । ବିଶ୍ୱକପ ଦେଖିବା ପାଇଁ ଅନେକ ସଂଖ୍ୟାରେ ଲୋକଙ୍କ ଆଗମନ ସେଠାକୁ ହୋଇଥିଲା । ଏହି ଭଳି ସ୍ଥିତିରେ ଅଧିକ ୧୦ ପ୍ରତିଶତ ପାଣିର ଆବଶ୍ୟକତା ପଡିଥିଲା । ପୂର୍ବରୁ ଏଠାରେ ୨୯ ଲକ୍ଷ ଲୋକ ରହୁଥିବା ବେଳେ ପାଣିର ଆବଶ୍ୟକତା ପୂରଣ ପାଇଁ ଅନେକ ଅସୁବିଧାର ସାମ୍ନା କରାଯାଉଥିଲା ।

ବିଶ୍ୱକପକୁ ଆଖିରେ ରଖି ଜରୁରୀକାଳୀନ ସ୍ଥ୍ତି ପାଇଁ ରାଜଧାନୀ ଦୋହାର ଉତ୍ତର ଅଂଶରେ ୪ ଲକ୍ଷ ୨୫ ହଜାର ବର୍ଗ ମିଟର ସବୁଜ ଘାସ ପ୍ରସ୍ତୁତ କରି ରଖାଯାଇଥିଲା । କତାରରେ ଡିସୋଲିନେସନ ଜରିଆରେ ଅଧିକ ମାତ୍ରାରେ ବ୍ୟବହାର ଉପଯୋଗୀ ଜଳ ପ୍ରସ୍ତୁତ କରାଯାଇଥିଲା । ଆଗାମୀ ଦିନରେ ପାଣି ପାଇଁ ଦେଶକୁ ଆହୁରି ଅଧିକ କିଛି କରିବାକୁ ପଡିବ । ଖାରା ଜଳକୁ ସ୍ୱଚ୍ଛ ଜଳ କରିବା ପାଇଁ ଉର୍ଜାର ଗୋଟିଏ ବଡ ଅଂଶ ଖର୍ଚ୍ଚ ହୋଇଥାଏ । ବର୍ତ୍ତମାନ ଏଠାରେ ହାଇଡ୍ରୋ କାର୍ବନ ଜରିଆରେ ଉର୍ଜା ପ୍ରସ୍ତୁତ କରାଯାଉଛି । ତେବେ ବିଶେଷଜ୍ଞମାନେ ସୌର ଶକ୍ତିର ବିକଳ୍ପ ପ୍ରସ୍ତୁତ କରିବା ପାଇଁ ସୂର୍ଯ୍ୟଙ୍କ ପାଖରୁ ଆସୁଥିବା ଉତ୍ତାପକୁ ବ୍ୟବହାର କରି ପାଣିରୁ ବାଷ୍ପ ତିଆରି କରାଯାଇ ଉର୍ଜା ପ୍ରସ୍ତୁତ କରାଯିବ । ଏହି ପ୍ରକ୍ରିୟାରେ ମଧ୍ୟ ଖାରା ପାଣିର ଅଶୁଦ୍ଧି ଦୂର କରି ପିଇବା ଉପଯୋଗୀ କରାଯାଉଛି ।